ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ବିଜୁ ପଟ୍ଟନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଯୁବ ରେଡକ୍ରସ ର ପ୍ରବେଶ ଉତ୍ସବ ଅଧକ୍ଷା ପ୍ରିତମୟୀ ମିଶ୍ର ଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟଅତିଥି ଭାବରେ ଯୁବ ରେଡକ୍ରସ ର ରାଜ୍ୟ ସଂଯୋଜକ ଅଧ୍ୟାପକ ଉମାକାନ୍ତ ନାଗ ଓ ସମ୍ମାନିତ ଅତିଥି ଭାବରେ ଉମାଦେବୀ କଲେଜର ଆଇଟି ଅଧ୍ୟାପକ ଉଦ୍ଧବ ପଧାନ, ପୂର୍ବତନ ଯୁବ ରେଡକ୍ରସ କାଉନସେଲର୍ ଅଧ୍ୟାପିକା ସ୍ନିଗ୍ଧା ଦାସ, ଡଃ ସରସ୍ଵତୀ ଦାସ ପ୍ରମୁଖ ପ୍ରଶିକ୍ଷକ ଭାବରେ ଯୋଗ ଦେଇଥିଲେ l ଅଧ୍ୟାପିକା ସ୍ନିଗ୍ଧା ଦାସ ସଭାକୁ ସଂଯୋଜନା କରିଥିବାବେଳେ ବିଦ୍ୟାଳୟ ର କାଉନସେଲର ସୌଦାମିନୀ ନାଏକ ସଭାର ଉଦ୍ଦେଶ୍ୟଜ୍ଞାପନ କରିଥିଲେ l ପ୍ରବେଶ ଉତ୍ସବ ପରେ ବିଶ୍ଵ ପ୍ରାଥମିକ ଉପଚାର ଦିବସ ଅଧ୍ୟାପକ ଉଦ୍ଧବ ପଧାନ ଙ୍କ ଦ୍ଵାରା କାର୍ଯ୍ୟକାରୀ କରାଯାଇଥିଲା l ବିଦ୍ୟାଳୟର ଚକାଡୋଳା ମଲ୍ଲିକ, ଜୟଭାରତ ସାହୁ ନିବାସିନୀ ବେହେରା, ଅକ୍ଷୟ ମଲ୍ଲିକ ଓ ଅନ୍ୟାନ୍ୟ କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ l





