ମାଁ ଡୋକ୍ରିଗୁଡି ମହିଳା ଫାର୍ମରସ ପ୍ରଡ୍ୟୁସର କମ୍ପାନୀର ପଞ୍ଚମ ବାର୍ଷିକ ସାଧାରଣ ସଭା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ମିଶନ ଶକ୍ତି ବିଭାଗ ଓ ଭାରତ ଗ୍ରାମୀଣ ବିକାଶ ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ଲାଞ୍ଜିଗଡ଼ ବ୍ଲକର ତିନି ହଜାର ସ୍ବୟଂସହାୟିକା ଗୋଷ୍ଠୀର ମହିଳା ମାନଙ୍କୁ କୃଷି ଆନୁସାଙ୍ଗିକ କ୍ଷେତ୍ରରେ ବିକାଶର ଆୟକୁ ଦ୍ଵିଗୁଣିତ କରିବା ଉଦ୍ଦେଶ୍ୟରେ ସ୍ଵେଚ୍ଛାସେବୀ ସଂସ୍ଥା ଜନ ସାହାଯ୍ୟ ମାଧ୍ୟମରେ ଗତ ୨୦୨୧ ମସିହାରେ ମାଁ ଡୋକ୍ରିଗୁଡି ମହିଳା ଫାର୍ମରସ ପ୍ରଡ୍ୟୁସର କମ୍ପାନୀ ପ୍ରତିଷ୍ଠା ହୋଇଥିବା ବେଳେ ଏହାକୁ ନେଇ ପ୍ରତ୍ୟେକ ବର୍ଷ ଭଳି ଏବର୍ଷ ମଧ୍ୟ ଶନିବାର କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ବନ୍ଧପାରୀ ପଞ୍ଚାୟତ ଖେଳପଡିଆ ଠାରେ ପଞ୍ଚମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି।ମାଁ ଡୋକ୍ରିଗୁଡି ମହିଳା ଫାର୍ମରସ ପ୍ରଡ୍ୟୁସର କମ୍ପାନୀର ଅଧ୍ୟକ୍ଷା ସୁନିତା ପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଉଦ୍ୟାନ କୃଷି ବିଭାଗ ଉପନିର୍ଦ୍ଦେଶକ ମୋନାଲିସା ପ୍ରଧାନ ଯୋଗଦେଇ ଯୋଗଦେଇ ଥିବାବେଳେ ମୁଖ୍ୟ ବକ୍ତା ଭାବେ ଜନ ସାହାଯ୍ୟ ସମ୍ପାଦିକା ଅନେଶ୍ବତା ସାମଲ ଯୋଗଦେଇ ଥିଲେ। ସମ୍ମାନିତ ଅତିଥି ଭାବେ ଆଇଓବି ଏବିଏମ୍ ପୁରନ୍ଦର ମେହେର, ଏସବିଆଇ କ୍ଷେତ୍ର ଅଧିକାରୀ ବିଶ୍ଵ ରଞ୍ଜନ ନାୟକ, ମାଁ ଡୋକ୍ରିଗୁଡି ସିଇଓ ଜୟ ଶ୍ରୀ ମହାନ୍ତି, ପ୍ରକଳ୍ପ ଅଧିକାରୀ ପ୍ରଶନ୍ନ କୁମାର ସିଂ ପ୍ରମୁଖ ମଞ୍ଚାସିନ ଥିଲେ। ଏଥିରେ ୯ ଜଣ ଅଗ୍ରଣୀ ମହିଳା ଚାଷୀଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। କାର୍ଯ୍ୟକ୍ରମକୁ ଜନ ସାହାଯ୍ୟ ପ୍ରକଳ୍ପ ପ୍ରବନ୍ଧକ ଦେବାଶିଷ ପଣ୍ଡା ପରିଚାଳନା କରିଥିଲେ। ଏଥିରେ ଏସ୍ଏମ୍ଏସ୍ ଚିରଞ୍ଜିବୀ ସା, ତରୁଣ କୁମାର ପ୍ରଧାନୀ ପ୍ରମୋଦ ବିଭାର, ଅକ୍ଷୟ ନାଏକ, ଜଗନ୍ନାଥ ହରିଜନ, ବିଶିକେଶନ ହରପାଳଙ୍କ ସମେତ ପିଜିର ଉଦ୍ବେଗମିତ୍ର ମାନେ ପରିଚାଳନାରେ ସହଯୋଗ କରିଥିବା ବେଳେ ଉକ୍ତ ବୈଠକରେ ହଜରେରୁ ଉର୍ଦ୍ଧ୍ବ ଅଂଶଧନକାରୀ ଯୋଗଦେଇ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.