ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକର କଦମ୍ବଗୁଡ଼ା ଠାରୁ କମର୍ଦ୍ଧାକୁ ସଂଯୋଗ କରୁଥିବା ରାସ୍ତାର ଆମଝିରି ଗାଁ ନିକଟସ୍ଥ ବଞ୍ଜାରୀ ଘାଟିରେ
ଏକ ଚାଉଳ ବୋଝେଇ ଟ୍ରକ ଓଲଟି ପଡି ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଟ୍ରକ ଚାଳକ ଓ ସହଯୋଗୀ। ସୂଚନାଯୋଗ୍ୟ ରବିବାର ସକାଳୁ (ସିଜି-୦୪-ଜି-୫୭୯୫) ଚାଉଳ ବୋଝେଇ ଟ୍ରକଟି ଭବାନୀପାଟଣା ଠାରୁ କମର୍ଦ୍ଧା ପଞ୍ଚାୟତକୁ ପିଡିଏସ୍ ଚାଉଳ ନେଇ ଯାଉଥିବା ବେଳେ କଦମ୍ବଗୁଡ଼ା ପଞ୍ଚାୟତ ସ୍ଥିତ ଆମଝିରି ବଞ୍ଜାରୀ ମନ୍ଦିର ଘାଟିରେ ଚକ ଦବି ଯିବାରୁ ରାସ୍ତାର ୩୦ ଫୁଟ୍ ତଳକୁ ଖସି ପଡିଥିଲା। ତେବେ ଏ ସମ୍ପର୍କରେ ଖବର ପାଇ ସିକେରକୁପା ଫାଣ୍ଡି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି।




