ଲାଞ୍ଜିଗଡ଼ ବ୍ଲକ ଯାଦବ ସମିତି ପୁନଃର୍ଗଠିତ: ରଘୁବୀର ନାଗ ସଭାପତି, ଇଶ୍ବର ବଗର୍ତ୍ତୀ ସାଧାରଣ ସମ୍ପାଦକ, ଡିଲେଶ କୁମାର ନାଗ ଯୁବ ସଭାପତି ମନୋନୀତ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ବିଶ୍ୱନାଥପୁରସ୍ଥିତ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଆଜି ଲାଞ୍ଜିଗଡ଼ ବ୍ଲକ ଯାଦବ ସମିତିର ନୂତନ କର୍ମକର୍ତ୍ତା ଚୟନ ପାଇଁ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ଭାବେ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ଜିଲ୍ଲା ଅଭ୍ୟର୍ଥନା ସମିତିର ସଭାପତି ଗିରିଧାରୀ ଗଉଡ଼, ସାଧାରଣ ସଂପାଦକ ତ୍ରିପୁର ନାୟକ, ନର୍ଲା ଯାଦବ ସମିତିର କୋଷାଧ୍ୟକ୍ଷ ଗିରିଧାରୀ ଗଉଡ଼ ପ୍ରମୁଖ ଯୋଗ ଦେଇଥିଲେ। ବ୍ଲକ ଯାଦବ ସମିତିର ସଭାପତି ରଘୁବୀର ନାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ଏଥିରେ ସର୍ବସମ୍ମତି କ୍ରମେ ନୂତନ ସଭାପତି ଭାବେ ରଘୁବୀର ନାଗଙ୍କ ନାମ ଘୋଷଣା କରାଯାଇଥିବାବେଳେ ଉପସଭାପତି ଭାବେ ଶୋଭାବନ ଛତର (ଜୋନ-୧), ହରିହର ଚଣ୍ଡୀ (ଜୋନ -୨)ଙ୍କୁ ମନୋନୀତ କରାଯାଇଥିଲା। ସେହିପରି ସାଧାରଣ ସଂପାଦକ ଭାବେ ଈଶ୍ଵର ବଗର୍ତ୍ତୀ, ସହ ସମ୍ପାଦକ ଭାବେ ରାଘବ ଗହୀର, କୋଷାଧ୍ୟକ୍ଷ ଭାବେ ଲକ୍ଷ୍ମୀଧର ଚଣ୍ଡୀଙ୍କୁ ମନୋନୀତ କରାଯାଇଥିଲା। ବ୍ଲକ ଯୁବ ଯାଦବ ସଭାପତି ଭାବେ ଡିଲେଶ କୁମାର ନାଗ, ଉପସଭାପତି ଭାବେ ବଳରାମ ଗହୀର, ସମ୍ପାଦକ ଭାବେ ନୃପମଣି ଛତର, ମିଡ଼ିଆ ବିଭାଗ ଦାୟିତ୍ୱରେ ନୀଲେଶ କୁମାର ନାଗ, ଆଇନ ପରାମର୍ଶ ଦାତା ଭାବେ ରାଜେନ୍ଦ୍ର କୁମାର ଛତରଙ୍କୁ ମନୋନୀତ ହୋଇଥିଲେ। ଉପଦେଷ୍ଟା ଭାବେ ଜଗମୋହନ ଛତର, ଧବଳେଶ୍ଵର ଠେଲା, ଜଗତରାମ ଗଉଡ଼, ଡମ୍ବରୁଧର ଗଉଡ଼, କେଶବ ଗଉଡ଼, ଅଚ୍ୟୁତ ଗଉଡ଼, କଳାମଣି ଭୋଇ, ହୃଷିକେଶ ଚଣ୍ଡୀ, ଭୁଜ ଚଣ୍ଡୀ ପ୍ରମୁଖଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ଶ୍ରୀନିବାସ ଚଣ୍ଡୀ, ବୁଲବୁଲ ନାଏକ, ଆଶିଷ ନାଗ, ଦେବାଶିଷ ନାଗ, ଗଙ୍ଗାଧର ଚଣ୍ଡୀ, ବୃନ୍ଦାବନ ବାଗ, ସଚିନ ଯାଦବ, ନୀଳକଣ୍ଠ ନାଗ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଉପଦେଷ୍ଟା ଶ୍ରୀ ଠେଲା ସାମୁହିକ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.