ଜାତୀୟ ସେବା ଯୋଜନା ୟୁନିଟ-୨ ର ସ୍ୱେଚ୍ଛାସେବୀଙ୍କ ପକ୍ଷରୁ ପଥପ୍ରାନ୍ତ ନାଟକ ଦ୍ଵାରା ବୃକ୍ଷ ରୋପଣ ସଚେତନତା

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ):
ସ୍ଥାନୀୟ ତାରାତାରିଣୀ ମହାବିଦ୍ୟାଳୟର ସ୍ଵତନ୍ତ୍ର ବୃକ୍ଷ ରୋପଣ ଶିବିରର ଚତୁର୍ଥ ଦିନରେ ଜାତୀୟ ସେବା ଯୋଜନା ୟୁନିଟ୍ -୨ ର ସ୍ୱେଚ୍ଛାସେବୀଙ୍କ ନିଆରା ଉଦ୍ୟମ । ଜାତୀୟ ସେବା ଯୋଜନାର ଅଧିକାରୀ ସୁଶ୍ରୀ ସ୍ୱାଗତିକା ଦାଶ ଏବଂ ଏନ୍ ଏସ ଏସ ସେଚ୍ଛାସେବି ଉଦ୍ୟମରେ ଦ୍ଵାରା ଏକ ପଥପ୍ରାନ୍ତ ନାଟକର “ପ୍ରକୃତି ଓ ମାଁ” ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍ୱେଚ୍ଛାସେବୀ ମାନେ ନିଜ ନିଜର ଉତ୍କୃଷ୍ଟ ଅଭିନୟ ମାଧ୍ୟମରେ ମହାବିଦ୍ୟାଳୟର ପ୍ରଶାସନିକ ଭବନ, ସ୍ଥାନୀୟ ବସଷ୍ଟାଣ୍ଡ ନିକଟରେ ପ୍ରକୃତି କୁ କିପରି ଆମ୍ଭେ ଭବିଷ୍ୟତ ପାଇଁ ସୁରକ୍ଷିତ ରଖିବା ସେ ଉଦ୍ଦେଶ୍ୟରେ ନାଟକ ମଞ୍ଚସ୍ଥ ହୋଇଥିଲା। ଏହା ପରେ ଅପରାହ୍ନରେ ବୃକ୍ଷରୋପଣ ସଚେତନ ଉପରେ ବକୃତା ପ୍ରତିଯୋଗୀତା, ସଙ୍ଗୀତ ପ୍ରତିଯୋଗିତା, ରଙ୍ଗୋଲି କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ କୃତିତ୍ବ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଶେଷ ଦିନରେ ମାନପତ୍ର ସହ ସମ୍ମାନୀତ କରାଯିବ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.