ଏନସିସି ମିଳିତ ବାର୍ଷିକ ପ୍ରଶିକ୍ଷଣ ଶିବିରରେ ଆର.ଟି. ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ରୀଙ୍କ ବାଜିମାତ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ବ୍ରହ୍ମପୁର ସ୍ଥିତ ଅଙ୍କୁଶପୁର ଏସ. ଏମ୍. ଆଇ.ଟି. ଠାରେ ଆର୍ମି ୟୁନିଟ୍ ଓ ମେଡିକାଲ୍ କଲେଜ ଏ ଏନ. ସି. ସି. ପକ୍ଷରୁ ବାର୍ଷିକ ଜାତୀୟ ସମର ଶିକ୍ଷାର୍ଥୀ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି । ଏଥିରେ ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ପ୍ରତାପୁରସ୍ଥିତ ଆର୍. ଟି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ରୀ ଶ୍ରୀୟା ରାଉଳ ମହିଳା ଫାୟାରିଂ ବର୍ଗରେ ୨.୫ ସେଣ୍ଟିମିଟର ମାରି ଶ୍ରେଷ୍ଠ ଫାୟରିଂ ପ୍ରତିଦ୍ବନ୍ଦୀ ରୂପେ ପୁରସ୍କୃତ ହୋଇଛନ୍ତି । କମାଣ୍ଡିଂ ଅଫିସର କର୍ଣ୍ଣେଲ ସମୀର କୁମାର କର ପୁରସ୍କାର ପ୍ରଦାନ କରିଥିଲେ । ଏହି ଶିବିରରେ ଗଞ୍ଜାମ , ଗଜପତି, କନ୍ଧମାଳ ଜିଲ୍ଲାରୁ ୧୭ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ୧୦ ମହାବିଦ୍ୟାଳୟ ରୁ ପାଖାପାଖି ୫୩୦ କ୍ୟାଡେଟ ଅଂଶ ଗ୍ରହଣ କରିଥିଲେ । ଅଧ୍ୟକ୍ଷା ଶ୍ରୀମତୀ ମୀନାକ୍ଷୀ ନାୟକ, ବିଦ୍ୟାଳୟ ପରିଚାଳନା କମିଟି, ଅଭିଭାବକ ମଣ୍ଡଳୀ ଶ୍ରୀୟାଙ୍କୁ ଶୁଭେଛା ଜଣାଇବା ସହ, ସହଯୋଗୀ ଏନସିସି ଅଧିକାରୀ ପ୍ରଶିକ୍ଷକ କାଳୁ ଚରଣ ମହାକୁଡ଼ଙ୍କୁ ସମସ୍ତ ଶ୍ରେୟ ପ୍ରଦାନ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.