ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାର ବହୁ ପ୍ରସିଦ୍ଧ ନବରାତ୍ରୀ ଦୁର୍ଗାପୂଜା ଆରମ୍ଭ ହୋଇଛି। ରବିବାର ସନ୍ଧ୍ୟା ୫ ଘଣ୍ଟା ସମୟରେ ସ୍ଥାନୀୟ ରାଣିବନ୍ଧରୁ ଜଳନେଇ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। କଳସ ଯାତ୍ରାରେ ଶତାଧିକ ମହିଳା ଅଂଶ ଗ୍ରହଣ କରିଥିଲେ। ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନର୍ଲା ଶାରଦୀୟ ହୁର୍ଗାପୂଜା ନଅଦିନ ଧରି ପାଳିତ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଯାଇଥିବା ପୂଜା କମିଟିର ସଭାପତି ରାଜେନ୍ଦ୍ର ନାରାୟଣ ପୁଝାରୀ ପ୍ରକାଶ କରିଛନ୍ତି। ପବିତ୍ର ମହାଳୟା ଅମାବାସ୍ୟା ତିଥିରେ ଲଗ୍ନ ଓ ନୀତି ନିୟମ ଅନୁଯାୟୀ ରାଣୀ ବନ୍ଧ ରେ ବ୍ରହ୍ମା ପଣ୍ଡିତ ଦୟାନିଧି ବିଶି, ସୁନାଶିର ମିଶ୍ର, ସହଯୋଗୀ ପ୍ରଭୋବ ଚାନ୍ଦ, ସରୋଜ ମହାପାତ୍ର, ନୀରଜ ମହାପାତ୍ର,ସଞ୍ଜୟ ମହାପାତ୍ର, ସୁବ୍ରତ ମିଶ୍ର ପ୍ରମୁଖ ପୂଜାପାଠ କରି କଳସ ପବିତ୍ରୀ କରଣ କରିଥିଲେ। ପୂଜା କର୍ତ୍ତା ପଦ୍ମିନୀ ପଣ୍ଡା ଓ ବିଜୟ କୁମାର ପଣ୍ଡା ଦମ୍ପତିଙ୍କୁ ଶୁଦ୍ଧି କରଣ କରାଯାଇଥିଲା। ଏହାପରେ ଘୁମୁରା, ସଂକୀର୍ତ୍ତନ, ଘଣ୍ଟ ଓ ବାଦ୍ୟ ସହ ଏକ ବଡ ପଟୁଆରରେ ବାଣ ଫୁଟାଇ ନର୍ଲା ବସ୍ତି ପରିକ୍ରମା କରାଯାଇଥିଲା। ପୂଜା ମଣ୍ଡପ ଯାଏଁ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ମଣ୍ଡପରେ କଳସ ସ୍ଥାପନ ପରେ ମା ଦୁର୍ଗାଙ୍କର ଅଧିବାସ ଓ ବେଲବରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। କଳସ ଯାତ୍ରା କାର୍ଯ୍ୟକ୍ରମରେ ପୂଜା ପରିଚାଳନା ସଭାପତି ରାଜେନ୍ଦ୍ର ନାରାୟଣ ପୁଝାରୀ (ଟିମ୍ପୁ), ଉପସଭାପତି ଚକ୍ର ଗୌଡ, ସାଧାରଣ ସମ୍ପାଦକ ଦୀପୁ ପାତ୍ର, ଯୁଗ୍ମ ସମ୍ପାଦକ ଘାସିରାମ ସାହୁ, କୋଷାଧ୍ୟକ୍ଷ ଅନମୋଲ ଚାନ୍ଦ( ବଣ୍ଟୁ), ସହ କୋଷାଧ୍ୟକ୍ଷ ମୃତ୍ୟୁଞ୍ଜୟ ନାଗ(ପିଣ୍ଟୁ) ଓ କାର୍ଯ୍ୟକାରୀ ସଭାପତି ବିମଳ ସାହୁ, ଡିଙ୍ଗର ପାତ୍ର, ନରିନ୍ଦ୍ର ହଂସ, କାହ୍ନା ଗଉଡ, ଟୁନା ପୋଢ, ତୋଫାନ ପ୍ରଧାନୀ, ମିଲୁ ସେଠୀ, ସୁଶୀଲ ପାତ୍ର, ବିକାଶ ପାତ୍ର, ମୋହନ ଗଉଡ ଓ ବୃନ୍ଦାବନ ପାତ୍ର ଙ୍କ ସମେତ ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ସୁମନ୍ତ ପୁଝାରୀ, ପ୍ରଦୀପ ହଂସ(ବଡ), ପୂର୍ଣ୍ଣ ପୁଝାରୀ, କିଶୋର ମାଝୀ, ପ୍ରଭୋବ ଚାନ୍ଦ, ଲଖଣ ମାଝୀ, ରୋହିତ ମାଝୀ, କୁଲୁ ଚାନ୍ଦ, ଲିଲୁ ଗଉଡିଆ, ଯଶୋବନ୍ତ ପୁଝାରୀ, ରଞ୍ଜିତ ଅଗ୍ରୱାଲ, ତ୍ରୀଲୋଚନ ଗଉଡ ପ୍ରମୁଖ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ନର୍ଲା ବିଧାୟିକା ମନୋରମା ମହାନ୍ତି, ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ନର୍ଲା ବିଡିଓ ବିପିନ ବିହାରୀ ଦୀପ, ନର୍ଲା ତହସିଲଦାର ବିଭୁ ପ୍ରସାଦ ସିଂ ନବରାତ୍ରୀ ଦୁର୍ଗାପୂଜା ଅବସରରେ ନର୍ଲା ଅଞ୍ଚଳ ବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ମା ମୃଣ୍ମୟୀ ଦେବୀ ଜଗଜ୍ଜନନୀଙ୍କ ନିକଟରେ ସମସ୍ତଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି।




