ସ୍ଥାୟୀ ଦରମା ଦାବିରେ ମିଶନ ଶକ୍ତି ବିଭାଗର ଗୋଷ୍ଠୀ ସହାୟିକା କର୍ମୀଙ୍କ ଆନ୍ଦୋଳନ

ଓଡ଼ିଆ ବାର୍ତ୍ତା/ କଲ୍ୟାଣସିଂହପୁର (ପଦ୍ମନ ଭତ୍ରା): ପ୍ରୋତ୍ସାହନ ରାଶି ବଦଳରେ ସ୍ଥାୟୀ ଦରମା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ମିଶନ ଶକ୍ତି ବିଭାଗର ଗୋଷ୍ଠୀ ସହାୟିକା କର୍ମୀ (ସିଏସଏସ)। କଲ୍ୟାଣସିଂହପୁର ଠାରେ ଅବସ୍ଥାପିତ ଓଡ଼ିଶା ଜୀବିକା ମିଶନ(ଓ ଏଲ ଏମ) କାର୍ଯ୍ୟାଳୟକୁ ତାଲା ପକାଇ ସେମାନେ ଧାରଣାରେ ବସିଛନ୍ତି। ଦାବିର ସ୍ଥାୟୀ ସମାଧାନ ନ ହେବା ପର୍ଯ୍ୟନ୍ତ ଧାରଣା ଜାରୀ ରହିବ ବୋଲି ଧାରଣାରେ ଉପସ୍ଥିତ ରହିଥିବା ସଙ୍ଘ ର ସଭାନେତ୍ରୀ ଅଞ୍ଜନା ଏଲ ଦୋରା ଓ ସମ୍ପାଦିକା ଭାନୁମତୀ ପାତ୍ର ପ୍ରକାଶ କରିଛନ୍ତି। ଏହି ଆନ୍ଦୋଳନକୁ ସଂଘର ସମସ୍ତ ସଦସ୍ୟା ସମର୍ଥନ ଦେଇ ପ୍ରତ୍ୟେକ ଦିନ ଉପସ୍ଥିତ ରହି ସହଯୋଗ କରିବାକୁ ନିଷ୍ପତି ନେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.