ଜିଏସଟି ହ୍ରାସ ଲାଭ ଗ୍ରାହକଙ୍କ ପାଖରେ ପହଞ୍ଚାଯିବ କି ନାହିଁ  ଏହା ଏକ ବଡ଼ ପ୍ରଶ୍ନବାଚୀ

ଗୋଟିଏ ପଟେ ‘ଭୋଟ୍ ଚୋରି’ ଏବଂ ଅନ୍ୟ ପଟେ ‘ମୁନାଫାଖୋରୀ’ ଭଳି  ସ୍କିମ କରି କୋଟି କୋଟି ଭାରତୀୟ ମାନଙ୍କ ଅର୍ଥ ଲୁଟ କରିଛି ଭାଜପା :ଶିବ ହାତୀ ଯାଦବ, ଓଡ଼ିଶା ପ୍ରଦେଶ ସଭାପତି, ସମାଜବାଦୀ ପାର୍ଟି 

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଭାରତ ସରକାର ଆଣିଥିବା ଜିଏସଟି ସଂସ୍କାର ୨. ୦ ର ଲାଭ ଗ୍ରାହକଙ୍କ ପାଖରେ ପହଂଚିବ କି ନାହିଁ  ସେ ନେଇ  ସନ୍ଦେହ ପ୍ରକଟ କରିଛି ସମାଜବାଦୀ ପାର୍ଟି  l  ଏକ ପ୍ରେସ ବିଜ୍ଞପ୍ତି ଜରିଆରେ  ପାର୍ଟି ପକ୍ଷରୁ କୁହାଯାଇଛି ଯେ ୨୦୧୭ ମସିହାରେ  ଜିଏସ୍ ଟି ଆରମ୍ଭ ହେବା ସମୟରେ, ସମାଜବାଦୀ ପାର୍ଟି ଏହି ଅତିରିକ୍ତ କର ସାଧାରଣ ଜନତlଙ୍କ ସ୍ୱାର୍ଥ ବିରୋଧୀ ବୋଲି କହି ଏହାର ସରଳି କରଣ କରିବା ପାଇଁ ଦାବି କରି ଆସୁଥିଲା l ବର୍ତ୍ତମାନ କେନ୍ଦ୍ର ସରକାର ଜି ଏସ ଟି ୨. ୦ ରେ ଆଣିଥିବା ସଂସ୍କାର ଆଠ ବର୍ଷ ବିଳମ୍ବରେ ଆସିଛି ଏବଂ ଟିକସ ହ୍ରାସର ଲାଭ ଗ୍ରାହକଙ୍କ ପାଖରେ ପହଞ୍ଚାଯିବ କି ନାହିଁ ସେ ବିଷୟରେ ଏକ “ବଡ଼ ପ୍ରଶ୍ନବାଚୀ” ରହିଛି ବୋଲି କହିଛନ୍ତି ସମାଜବାଦୀ ପାର୍ଟିର ଓଡିଶା ସଭାପତି ଶିବ ହାତୀ ଯାଦବ I ସେ କହିଛନ୍ତି ଯେ ଜିଏସଟି ହାର ହ୍ରାସ ଦ୍ୱାରା ଗ୍ରାହକଙ୍କ ଚାହିଦା ମୂଲ୍ୟ ହ୍ରାସ ବା ବୃଦ୍ଧି ପାଇଛି ତାହା ତଦାରଖ କରିବା ପାଇଁ ଜାତୀୟ ଲାଭ ବିରୋଧୀ ପ୍ରାଧିକରଣ (NAA) କେନ୍ଦ୍ରୀୟ ସାମଗ୍ରୀ ଏବଂ ସେବା ଟିକସ ଆଇନ, ୨୦୧୭ ର ଧାରା ୧୭୧ ଅନୁଯାୟୀ ପ୍ରତିଷ୍ଠିତ ହୋଇଥିଲା, କିନ୍ତୁ ନରେନ୍ଦ୍ର ମୋଦି ସରକାର ୩୦  ସେପ୍ଟେମ୍ବର, ୨୦୨୪  ରେ ଏକ ବିଜ୍ଞପ୍ତି ଜରିଆରେ ଏହାର କ୍ଷମତାକୁ ସଂକୁଚିତ କରିଦେଇଥିଲେ। ଏହା ଗୋଟିଏ ପଟେ ‘ଭୋଟ୍ ଚୋରି’ ଏବଂ ଅନ୍ୟ ପଟେ ‘ମୁନାଫାଖୋରୀ’ ଭଳି  ସ୍କିମ କରି କୋଟି କୋଟି ଭାରତୀୟ ମାନଙ୍କ ଅର୍ଥ ଲୁଟ କରିଛି ଭାଜପା l

ଅତୀତରେ ଜିଏସଟି କୁ ଜିଜିୟା କର କହି ଏହାର ସରଳି କରଣ କରିବାକୁ ସମାଜବାଦୀ ପାର୍ଟି ବାରମ୍ବାର ଦାବି କରିଆସୁଥିଲେ ମଧ୍ୟ ସରକାର କର୍ଣ୍ଣପାତ କରିନଥିଲେ । ବର୍ତ୍ତମାନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁଳ୍କ ଲାଗୁ କରିବା ପରେ, ସେମାନେ ଟିକସ ପ୍ରକ୍ରିୟାରେ ପରିବର୍ତନ କରିବାକୁ ବାଧ୍ୟ ହୋଇଛନ୍ତି,ଏବଂ ଏହାକୁ ଏକ ଉତ୍ସବ ପରି ପାଳନ କରୁଛନ୍ତି। ଏହି ସରକାର ଦେଶରେ ଚାଲିଥିବା ବିଭିନ୍ନ ପ୍ରସଙ୍ଗରୁ ଧ୍ୟାନ ହଟାଇବା ପାଇଁ ଏବଂ ବିହାର ନିର୍ବାଚନ ରେ ଜିତିବା ପାଇଁ ଏଭଳି କରିଛନ୍ତି l 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଟାକ୍ଷ କରି ଶିବ ହାତୀ ଯାଦବ କହିଛନ୍ତି ଯେ ଯେତେବେଳେ ସେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲେ, ସେ ୨୦୦୬ ରୁ ୨୦୧୪ ପର୍ଯ୍ୟନ୍ତ ଆଠ ବର୍ଷ ଧରି ତତ୍କାଳୀନ ୟୁପିଏର ଜିଏସଟି ପ୍ରସ୍ତାବକୁ ବିରୋଧ କରିଥିଲେ। ୨୦୧୭ ମସିହାରୁ ଜିଏସଟି ବ୍ୟବସ୍ଥାରେ ସଂସ୍କାର ଦାବି ହୋଇ ଆସୁଥିବା ସତ୍ୱେ  ଆଠ ବର୍ଷ ବିଳମ୍ବରେ କରାଯାଇଥିବା ସଂସ୍କାର ସୀମିତ। ପ୍ରକ୍ରିୟାଗତ ଜଟିଳତାକୁ ସହଜ କରାଯାଇନାହିଁ, ଯାହା ବହୁତ ଆବଶ୍ୟକ ଥିଲା। ଟିକସ ହ୍ରାସର ଲାଭ ଗ୍ରାହକଙ୍କ ପାଖରେ ପହଞ୍ଚାଯିବ କି ନାହିଁ ସେ ବିଷୟରେ ମଧ୍ୟ ଏକ ବଡ଼ ପ୍ରଶ୍ନବାଚୀ ରହିଛି,”ଏହା ବହୁ ସଂଖ୍ୟକ ଟିକସ ବ୍ରାକେଟ୍, ବହୁଳ ବ୍ୟବହାର ସାମଗ୍ରୀ ପାଇଁ  ଜିଜିୟା କର ଭଳି ଦଣ୍ଡମୂଳକ ଟିକସ ହାର, ବଡ଼ ଧରଣର ଠକେଇ ଏବଂ ଭୁଲ ବର୍ଗୀକରଣ, ମହଙ୍ଗା ଅନୁପାଳନ ବୋଝ ଏବଂ ଏକ ଓଲଟା ଶୁଳ୍କ ଗଠନ (ଇନପୁଟ୍ ତୁଳନାରେ ଉତ୍ପାଦନ ଉପରେ କମ କର) ଦ୍ୱାରା ଜର୍ଜରିତ ବିଭ୍ରାନ୍ତି କର ନିଷ୍ପତି l

ବର୍ତ୍ତମାନର ଜି ଏସ ଟି  ସଂସ୍କାର ଅତ୍ୟାବଶ୍ୟକ ଥିଲା କିନ୍ତୁ ଏହା ସଠିକ ରୂପରେ ରୂପାନ୍ତରିତ ହେଲା ନାହିଁ l ଏହା ଅର୍ଥନୀତିରେ ପ୍ରମୁଖ   ସଂସ୍ଥା ଏମ ଏସ ଏମ ଇ  ମାନଙ୍କର ବ୍ୟାପକ ଚିନ୍ତା ବଢାଇବା ସହ ଆର୍ଥିକ ଅଭିବୃଦ୍ଧି ରେ ବାଧକ ହେବ l”ମୁଖ୍ୟ ପ୍ରକ୍ରିୟାଗତ ପରିବର୍ତ୍ତନ ବ୍ୟତୀତ, ଏଥିରେ ଆନ୍ତଃରାଜ୍ୟ ଯୋଗାଣ ପାଇଁ ପ୍ରଯୁଜ୍ୟ ସୀମାକୁ ଆହୁରି ବୃଦ୍ଧି କରିବା ଆବଶ୍ୟକ l ବୟନଶିଳ୍ପ, ପର୍ଯ୍ୟଟନ, ରପ୍ତାନିକାରୀ, ହସ୍ତଶିଳ୍ପ ଏବଂ କୃଷି ଭିତ୍ତିକ ଶିଳ୍ପ ମାନଙ୍କ ଇନପୁଟ୍ କ୍ଷେତ୍ରରେ ମଧ୍ୟ କ୍ଷେତ୍ରଗତ ସମସ୍ୟା ରହିଛି ଯାହାର ସମାଧାନ କରାଯିବା ଆବଶ୍ୟକ।ରାଜ୍ୟଗୁଡ଼ିକୁ ବିଦ୍ୟୁତ୍, ମଦ, ପେଟ୍ରୋଲିୟମ୍ ଏବଂ ରିଅଲ୍ ଇଷ୍ଟେଟ୍ କୁ ମଧ୍ୟ ଅନ୍ତର୍ଭୁକ୍ତ କରିବା ପାଇଁ ରାଜ୍ୟସ୍ତରୀୟ ଜି ଏସ ଟି  ପ୍ରଚଳନ ଦିଗରେ ଅଗ୍ରାଧିକାର ଦେବା ସହ  ପ୍ରୋତ୍ସାହିତ କରାଯିବା ପାଇଁ ନୀତିଗତ ନିଷ୍ପତି ହିଁ ଅର୍ଥନୈତିକ ଅଭିବୃଦ୍ଧି ଆଣିପାରିବ ବୋଲି ଶିବ ହାତୀ ଯାଦବ ଦୃଢ଼କ୍ତି କରିଛନ୍ତିl l

ଟିକସ ବ୍ୟବସ୍ଥା ବର୍ତ୍ତମାନ  ଦୁଇ- ପର୍ଯ୍ୟାୟ ବିଶିଷ୍ଟ ଥିବା ବେଳେ ଅଧିକାଂଶ ସାମଗ୍ରୀ  ସେବା  କର ୫%ଏବଂ ୧୮% ଟିକସ ହାରରେ ଅନର୍ଭୂକ୍ତ ଅଟେ, ଏବଂ ଅତି ବିଳାସପୂର୍ଣ୍ଣ ସାମଗ୍ରୀ  ଉପରେ ୪୦% ଟିକସ ଆଦାୟ କରାଯାଉଛି। ତମାଖୁ ଏବଂ ମାଦକ ଉତ୍ପାଦ ଉପରେ ୨୮% କର ରହିଛି। ଏବେ ପର୍ଯ୍ୟନ୍ତ, ୫, ୧୨, ୧୮ ଏବଂ ୨୮% ର ଚାରୋଟି ସ୍ଲାବରେ ଜି ଏସ ଟି ଲାଗୁ କରାଯାଇଛି l ତେବେ ଜିଏସ ଟି ୨. ୦ ସଂସ୍କାର କେବଳ ଏକ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଏବଂ ନିର୍ବାଚନ ଥୋପ l କେନ୍ଦ୍ର ସରକାର ପୂର୍ବ ସ୍ଲାବ ରେ ଦୀର୍ଘ ଆଠ ବର୍ଷ ହେବ ଯେଉଁ, ଜି ଏସ ଟି  ନେଇଛନ୍ତି ତାହାକୁ ଜନତା ଙ୍କୁ ଫେରେଇବେ କି ବୋଲି ପ୍ରଶ୍ନ କରି ସରକାରଙ୍କୁ କଟାକ୍ଷ କରିଛି ସମାଜବାଦୀ ପାର୍ଟି ଓଡିଶା ରାଜ୍ୟ କମିଟି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.