ବାଲିପଡ଼ା ନବରାତ୍ରୀ ଦୁର୍ଗାପୂଜା: ସୁଦୃଶ୍ୟ ତୋରଣ, ରହିଛି ଭରପୁର ମନୋରଞ୍ଜନର କାର୍ଯ୍ୟକ୍ରମ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଭାନପୁରର ବାଲିପଡା ଛକରେ ଜୟଦୁର୍ଗା ପୂଜା କମିଟି ଓ ବଣିକ ସଂଘ ଆନୁକୂଲ୍ୟରେ ସଗୌରବେ ଅନୁଷ୍ଠିତ ହେଉଛି ନବରାତ୍ରୀ ଦୁର୍ଗାପୂଜା। ପୂଜା ଆସି ୫୨ ବର୍ଷରେ ପଦାର୍ପଣ କରିସାରିଛି। ରବିବାର ମହାସମାରୋହରେ କଳସ ଯାତ୍ରା ହୋଇଥିବାବେଳେ ସୋମବାର ସକାଳୁ ପ୍ରଥମ ଦିନର ପୂଜା ଆରମ୍ଭ ହୋଇଛି। ଚଳିତ ବର୍ଷ ରୋହିତ ସାହୁ ଦମ୍ପତ୍ତି ପୂଜା କର୍ତ୍ତା ରହିଛନ୍ତି। ମୁଖ୍ୟ ପୂଜକ ଭାବରେ ପଣ୍ଡିତ ଘାସିରାମ ତ୍ରିପାଠୀ, ତରୁ ପାଢ଼ୀ ଓ ସହଯୋଗୀ ପଣ୍ଡିତ ଭାବରେ ନିକୁଞ୍ଜ ପାଢ଼ୀ, ଶିବ ତ୍ରିପାଠୀ ପ୍ରମୁଖ ପୂଜନ କାର୍ଯ୍ୟ ନିର୍ବାହନ କରୁଥିବା ଜଣାପଡିଛି। ପୂଜା ପରିଚାଳନା କମିଟିର ଅଧ୍ୟକ୍ଷ ଅନନ୍ତ ରାମ ମାଝୀ, ଉପାଧ୍ୟକ୍ଷ ତପନ ପଧାନ, ଉପଦେଷ୍ଟା ମୁଖ୍ୟ ପରେଶ ପଧାନ, ପୂଜା ସଭାପତି ଲୋଚନ ସାହୁ, ସାଧାରଣ ସମ୍ପାଦକ କୁନ୍ତ୍ ଭୋଇ, ପୂଜା ସମ୍ପାଦକ ଅଶୋକ କୁମାର ବାରିକ, ସହ ସମ୍ପାଦକ ଜିତୁ ପଧାନ, ମହେନ୍ଦ୍ର ସାହୁ, କୋଷାଧ୍ୟକ୍ଷ ଜୟସେନ୍ ନାୟକ, ଅର୍ଥ ସମ୍ପାଦକ ବବଲୁ ଭୋଇ, ପ୍ରବୀଣ ରଣା, ଅଶୋକ ନାୟକ, ମନୋରଞ୍ଜନ ସମ୍ପାଦକ ରତି ସାହୁ, ବାଲାଜୀ ବେହେରା, ମିଡ଼ିଆ ସେଲ ସମ୍ପାଦକ ଟୁକୁ ପଧାନ ପ୍ରମୁଖ ବିଭିନ୍ନ ବିଭାଗ ଦାୟୀତ୍ୱରେ ରହି ପୂଜା ପରିଚାଳନା କରୁଥିବା ସୂଚନା ମିଳିଛି। ଚଳିତ ବର୍ଷ ଭୁବନେଶ୍ଵର ସ୍ଥିତ ରାମ ମନ୍ଦିର ସଦୃଶ୍ୟ ତୋରଣରେ ଝଲସୁଛି ପୂଜା ମଣ୍ଡପ। ଏଠାରେ ପ୍ରତ୍ୟହ ସାନ୍ଧ୍ୟ ଆଳତି ବହୁତ ଆକର୍ଷଣୀୟ ହୋଇଥାଏ। ଭକ୍ତଙ୍କ ପାଇଁ ଅନ୍ନ ଭୋଗର ବ୍ୟବସ୍ଥା ମଧ୍ଯ ରହିଥିବା ପୂଜା ସମ୍ପାଦକ ଅଶୋକ କୁମାର ବାରିକ ସୂଚନା ଦେଇଛନ୍ତି। ମନୋରଞ୍ଜନ କାର୍ଯ୍ୟକ୍ରମ ଗୁଡ଼ିକ ମଧ୍ୟରେ ୨୭/୯.୨୦୨୫ ଶନିବାର ରାତିରେ (ପଞ୍ଚମୀ) ମିକ୍ସଚର୍ କିଚକ ବଧ, ୨୮/୯ ରବିବାର ରାତିରେ (ଷଷ୍ଠୀ) ଝିଅ ରାମଲୀଳା (ଦେଓଗାଁ). ୨୯/୯ ସୋମବାର (ସପ୍ତମୀ) : ଝିଅ ଦଣ୍ଡ ନୃତ୍ୟ (ପୂଜାରାଣୀ ହରିପାଲ ଓ ସାଥୀ), ୩୦/୯ ମଙ୍ଗଳବାର (ଅଷ୍ଟମୀ), ବଳି ଯୁଗର ନୂଆ କାହାଣୀ (କାଳ୍ପନିକ ନାଟକ, ଧର୍ମଗଡ), ୦୧/୧୦ ବୁଧବାର (ନବମୀ), ଲୁହ ଖୋଜୁ ଅଛି ଆଖୁ ଠିକଣା (କାଳ୍ପନିକ ନାଟକ, ଜୁନାଗଡ), ୦୨/୧୦ ଗୁରୁବାର (ଦଶମୀ), ମିକ୍ସଚର ରାମଲୀଳା (ପୁରୁଷ ରାମ କଳା ପରିଷଦ, ବଲାଙ୍ଗୀର) ୩.୧୦ ଶୁକ୍ରବାର ଦଶମୀ ଦିନ ସକାଳ ୧୦ ଘଣ୍ଟା ସମୟରେ ଭଷାଣୀ ଯାତ୍ରା ଅନୁଷ୍ଠିତ ହେବ ବୋଲି କମିଟି ସୂତ୍ରରୁ ସୂଚନା ମିଳିଛି। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.