ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଶୃପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ରେଡକ୍ରସ ତରଫରୁ ଓଡ଼ିଶା ସରକାରଙ୍କ ଶିଶୁ ଓ ପରିବାର କଲ୍ୟାଣ ବିଭାଗ ସହାୟତାରେ ଛାତ୍ରୀମାନଙ୍କ ହିମୋଗ୍ଲୋବିନ ଓ ସିକିଲସେଲ ପରୀକ୍ଷା କରାଯାଇଥିଲା। ଏହି ଶିବିରକୁ ଅଧ୍ୟକ୍ଷ ରମେଶ ଚନ୍ଦ୍ର ନାଏକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏଥିରେ ଯୁବ ରେଡକ୍ରସ୍ ପରାମର୍ଶଦାତା ଡକ୍ଟର ଅଜିତ କୁମାର ବେହେରା ଯୁବାବସ୍ଥାରେ ସ୍ୱାସ୍ଥ୍ୟର ଯତ୍ନ, ରୋଗ ହେବାର କାରଣ, ସଚେତନତା ଓ ତା’ର ପ୍ରତିଷେଧକ ସମ୍ପର୍କରେ ଅବଗତ କରାଇଥିଲେ। ଏହି କାର୍ଯ୍ୟକ୍ରମରେ କଶୃପଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ସ୍ବାସ୍ଥ୍ୟ ଅଧିକାରୀ ନେତ୍ରାନନ୍ଦ ମାଝୀ, ମହିଳା ସ୍ବାସ୍ଥ୍ୟକର୍ମୀ ସନ୍ଧ୍ୟାରାଣୀ ବାଗ ଓ ସୂଚୀସ୍ମିତା ଥାପା ଛାତ୍ରୀମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ।