ବଲାଙ୍ଗୀର ଲୋକସଭା ସାଂସଦଙ୍କ ସଇଁତଲା ବ୍ଲକ ପ୍ରତିନିଧି ଭାବେ ନିଯୁକ୍ତ ହେଲେ ଅକ୍ଷୟ ରଣା 

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ବଲାଙ୍ଗୀର ଲୋକସଭା ସାଂସଦ ସଂଗୀତ କୁମାରୀ ସିଂଦେଓଙ୍କ ସଇଁତଲା ବ୍ଲକ ପ୍ରତିନିଧି ଭାବେ ପୁଣିଥରେ ଅକ୍ଷୟ ରଣା ନିଯୁକ୍ତ ହୋଇଛନ୍ତି। ଆଜି ସଇଁତଳା ବ୍ଲକର ସମସ୍ତ ବିଜେପି କାର୍ଯ୍ୟକର୍ତ୍ତାଙ୍କ ସହ ବରିଷ୍ଠ ବିଜେପି ନେତା ମହେନ୍ଦ୍ର କୁମାର ଠାକୁରଙ୍କ ଉପସ୍ଥିତିରେ ଶ୍ରୀଯୁକ୍ତ ରଣା ସଇଁତଲା ବିଡିଓଙ୍କୁ ଭେଟି ନିଯୁକ୍ତି ପତ୍ର ଦେବା ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ପରେ କଲ୍ୟାଣ ମଣ୍ଡପ ଠାରେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ନେଇ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ସଇଁତଲା ବ୍ଲକର ବିଭିନ୍ନ ସମସ୍ୟା ଓ ରାଜ୍ୟ ସରକାରଙ୍କ ଯୋଜନା ଲୋକେ କେମିତି ତୃଣମୂଳ ସ୍ତରରେ ପାଇବେ ସେ ସଂପର୍କରେ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମରେ ଖିମନ୍ତ ସାହୁ, ହେମସାଗର ବଗର୍ତ୍ତୀ, ବଚୁ ସିଂ ବାବୁ, ନାରାୟଣ ଚିନ୍ଦା, ପ୍ରକାଶ ମନହିରା, ଲଳିତ ସେଲମା, ରାଜେଶ ସାହୁ, ଥବୀର ରଣା, ସୁପେତ ବାଗ, ଉମେଶ ଭୋଇ, ବିଜୟ ପତ୍ର, ଦର୍ଶନ ପଧାନ, ବାସୁଦେବ ଚୌହାନ, ନିଲୁ ରଣା, ଯୁବରାଜ ମହାକୁର, ତପନ ବୁଡେକ, ଶେଷ ରଣାଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.