ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ରୁପ୍ରାରୋଡ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଛତାମହୁଲ ଗ୍ରାମ ଠାରେ ନବନିର୍ମିତ ମାଁ ବସ୍ତରେନ ଗୁଡିର ପ୍ରତିଷ୍ଠା ମହୋତ୍ସବ ଓ ଦଶରା ପୂଜା ସଂପନ୍ନ ହୋଇଛି। ଏହି ଅବସରରେ ଜିଲ୍ଲା ଆଦିବାସୀ ସଂଘ ସଭାପତି ପ୍ରକାଶ ମାଝୀ, ନର୍ଲା ବ୍ଳକ ଆଦିବାସୀ ସଂଘ ସଭାପତି ତଥା ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ନର୍ଲା ଆଦିସ୍କନ୍ଧ ସମାଜ ସଭାପତି ଝସକେତନ ମାଝୀ, ମଦନପୁର ରାମପୁର ସଭାପତି ରାଜୁ ମାଝୀ, କର୍ଳାମୁଣ୍ଡା ସଭାପତି ଦୟା ମାଝୀଙ୍କ ସମେତ ବରିଷ୍ଠ ଆଦିବାସୀ ନେତା ବିରକିଶୋର ମାଝୀ, ବିପ୍ର ମାଝୀ, ମାୟାଧର ମାଝୀ, କିଶୋର ମାଝୀ, ଘନ ମାଝୀ, ଯୋଗେନ୍ଦ୍ର ମାଝୀ, ବିଦୁ ମାଝୀ, ଛବି ମାଝୀ, କୈଳାସ ମାଝୀ, ଦେବରାଜ ମାଝୀ, ଲଳିତ ମୋହନ ମାଝୀଙ୍କ ସମେତ ନର୍ଲା, ମଦନପୁର ରାମପୁର ଓ କର୍ଲାମୁଣ୍ଡାରୁ ଅନେକ କନ୍ଧ ସଂପ୍ରଦାୟର ବ୍ୟକ୍ତି ଉପସ୍ଥିତ ଥିଲେ। ମାଁ ବସ୍ତରେନ ଗୁଡି ନିର୍ମାଣ ପାଇଁ ପୁର୍ବତନ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସଡିସି ଯୋଜନାରେ ମଞ୍ଜୁରି କରିଥିବାରୁ ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।