ଲାଞ୍ଜିଗଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନର ସ୍ବାସ୍ଥ୍ୟ ଶିବିର ଲାଞ୍ଜିଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରଠାରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ଏହି ଶିବିରରେ ପ୍ରସୂତି ଓ ସ୍ତ୍ରୀରୋଗ ବିଶେଷଜ୍ଞ ଡ଼ା. ଲିଲି ରାଉତ, ଶିଶୁ ରୋଗ ବିଶେଷଜ୍ଞ ଡ଼ା. ଶିବ ପ୍ରସାଦ ଆଚାର୍ଯ୍ୟ, ଅସ୍ଥିସଲ୍ୟ ଚିକିତ୍ସକ ଡ଼ା. ଅରୁଣ ଗିରି(ଏସ.ଆର.ଏମ), ଦାନ୍ତରୋଗ ବିଶେଷଜ୍ଞ ଡ଼ା. ସୌରଭ ମିଶ୍ର ପ୍ରମୁଖ ଯୋଗଦେଇ ରୋଗୀ ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ଏଥିରେ ବ୍ଳକର ୨୬ ଗୋଟି ପଞ୍ଚାୟତରୁ ମୋଟ ୧୮୨ ଜଣ ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ପଞ୍ଜିକରଣ କରିଥିଲେ। ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଧିକାରୀ ଡ଼ ଭବାନୀ ଶଙ୍କର ଲେଙ୍କାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମଟି ଅତିଥି ଭାବେ ବରିଷ୍ଠ ନାଗରିକ ତଥା ସମାଜସେବୀ ଧର୍ମୂଚାନ୍ଦ ଅଗ୍ରୱାଲ ଉଦଘାଟନ କରିଥିବା ବେଳେ ଲାଞ୍ଜିଗଡ଼ ସରପଞ୍ଚ ସରସ୍ବତୀ ମୁଣ୍ଡା, ପୂର୍ବତନ ସରପଞ୍ଚ ଚନ୍ଦ୍ରଧ୍ବଜ ପେଶନିଆ, ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ରାଜେନ୍ଦ୍ର ପ୍ରତାପ ସିଂଦେଓ, ବିଜେପି ଲାଞ୍ଜିଗଡ ମଣ୍ଡଳ ସଭାପତି ନରେନ୍ଦ୍ର ବେହେରା, ବିଜେପି ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ସୁବାସ ଚନ୍ଦ୍ର ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ନିହାର ଠାକୁର, ଶିରସେନ୍ଦୁ ରକ୍ଷିତ, ଅନନ୍ତ ପଣ୍ଡା, ଲାଞ୍ଜିଗଡ ବ୍ଲକ ସ୍ୱାସ୍ଥ୍ୟ ବିଭାଗ ପିଏଚଇଓ ଦିବାକର ପ୍ରଧାନ, ଫାର୍ମାସିଷ୍ଟ ଟୁନା ପାଣିଗ୍ରାହୀ, ବିଏଏମ ମିତ୍ରଭାନୁ ଦାସ, ବିଡିଏମ ମକରଧ୍ବଜ ନାଏକ, ଏସଟିଏସ ସମ୍ବିତ ରଥ, ଏମଟିଏସ ସଞ୍ଜୟ ଦାସ, ଲାଞ୍ଜିଗଡ ସ୍ୱାସ୍ଥ୍ୟକେନ୍ଦ୍ରର ଡ଼ା.ଯୋଗେଶ୍ୱର ସିଙ୍ଗ, ଡ଼ା.ଦେବାଶିଷ ନାୟକ, ଭାମ୍ୟମାଣ ଚିକିତ୍ସା ଅଧିକାରୀ ନରେନ୍ଦ୍ର ନାଥ ଦାସ, ଏମଏଚଟି ଚିକିତ୍ସା ଅଧିକାରୀ ନିମାଇ ଚରଣ ଗହୀର, ତପନ କୁମାର ସାହୁ, ପ୍ରଣତି ସାମନ୍ତରାୟ, ପ୍ରଗତି ରାଉତ, ଆଶାଲତା ସାହୁ, ଖଗେଶ୍ୱର ରାଉତ,ପ୍ରିୟଙ୍କା ହାଁସଦା, ନିବେଦିତା ପ୍ରଧାନ, ଜେନାମଣି ଧାରୁଆ, ସୁଚରିତା ନାଗ, ଜଲନ୍ଦର ନାଏକ, ମିଟୁ ନାଏକ ସମେତ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.