ଓଡ଼ିଆ ବାର୍ତ୍ତା/ କଲ୍ୟାଣସିଂହପୁର (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅଧିନସ୍ଥ ଘୁଣ୍ଡରୀଗୁଡା ଗାଁର ବିଧବା ମହିଳା ହିକକା ସାପାଇଙ୍କ ସୁନା ଗହଣା ଦୁର୍ବୃତ୍ତମାନଙ୍କ ଦ୍ୱାରା ଲୁଟ ହୋଇଛି। ସୂଚନା ଅନୁସାରେ ସାପାଇ କିଛି କାମରେ କଲ୍ୟାଣସିଂହପୁର ଆସିଥିଲେ। ସେ ନିଜ ଘର ଘୁଣ୍ଡରୀଗୁଡାକୁ ଫେରୁଥିବା ବେଳେ କଲ୍ୟାଣସିଂହପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଏକ ନାଲି ରଙ୍ଗର ମୋଟର ସାଇକଲରେ ହଟାତ ତିନି ଜଣ ଦୁର୍ବୃତ୍ତ ଆସି ଦୁଇ କାନରେ ପିନ୍ଧି ଥିବା ଦୁଇଟି ସୁନା କାନଫୁଲ ଛିଣ୍ଡାଇ ଫେରାର ହୋଇ ଯାଇଥିଲେ। ଏ ନେଇ ସାପାଇ ଘୁଣ୍ଡରୀଗୁଡା ଗ୍ରାମର କିଛି ବିକ୍ତିଙ୍କ ସହ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ପ୍ରାଥମିକ ଚିକିତ୍ସା କରାଇବା ସହ କଲ୍ୟାଣସିଂହପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ଥାନା ଅଧିକାରୀ ନୀଳକଣ୍ଠ ବେହେରା ତତ୍ପର ଦେଖାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।