୨୬ ବର୍ଷରେ ପହଞ୍ଚିଲା ବାଲେଶ୍ୱରର ରାବଣପୋଡ଼ି: ଆକର୍ଷଣୀୟ ହେବ ଇଲେଟ୍ରୋନିକସ ଫାୟାର ସିଷ୍ଟମ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ‘ବାଲେଶ୍ୱର ରାବଣ ପୋଡ଼ି କମିଟି’ ପକ୍ଷରୁ ବିରାଟ ରାବଣ ପୋଡ଼ି ସମାରୋହ ପାଳନ କରାଯିବ। ଏହାକୁ ସଫଳ କରିବା ପାଇଁ ବୁଧବାର ସନ୍ଧ୍ୟାରେ ସହରର ଆତିଥ୍ୟ ଭବନରେ କମିଟିି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।

କମିଟିର ସଭାପତି ଡ. ଲକ୍ଷ୍ମୀ ନାରାୟଣ ମହାନ୍ତି ଆସନ୍ତା ୧ ତାରିଖ ବୁଧବାର ସନ୍ଧ୍ୟାରେ ସହରର ଆଇଟିଆଇ ପଡ଼ିଆରେ ହେବାକୁ ଥିବା ରାବଣ ପୋଡ଼ି ସମାରୋହ ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଏଥିରେ ରାଜ୍ୟ ଉଚ୍ଚଶିକ୍ଷା, ଭାଷା ସାହିତ୍ୟ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହାଛଡ଼ା ସରକାରୀ ଦଳର ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ବାଲେଶ୍ୱର ଲୋକସଭା ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ସଦର ବିଧାୟକ ମାନସ କୁମାର ଦତ୍ତ, ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା, ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା, ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ, ଜିଲ୍ଲାପରିଷଦ ସଭାପତି ନାରାୟଣ ଚନ୍ଦ୍ର ପ୍ରଧାନ, ପୂର୍ବାଂଚଳ ଡିଆଇଜି ପିନାକ ମିଶ୍ର, ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ଏସ.ପି.ପ୍ରତ୍ୟୁଷ ଦିବାକର, ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ, ଉପଜିଲ୍ଲାପାଳ ଶିବ ମାଲବୀୟ ଏବଂ ବାଲେଶ୍ୱର ପୌରାଧ୍ୟକ୍ଷା ସବିତା ସାହୁଙ୍କ ସମେତ ବହୁ ମାନଗଣ୍ୟ ବ୍ୟକ୍ତି ଅତିଥି ଭାବେ ଯୋଗ ଦେବେ ।

ଏବର୍ଷ ରାବଣ ପୋଡ଼ିରେ ପ୍ରଥମ ଥର ପାଇଁ ଇଲେକ୍ଟ୍ରୋନିକସ ଫାୟାର୍ ବ୍ୟବସ୍ଥା କରାଯିବ। ସେହିପରି ପଶ୍ଚିମବଙ୍ଗର କଳାକାରଙ୍କ ଦ୍ୱାରା ନୃତ୍ୟନାଟିକା ରାମରାବଣ ଯୁଦ୍ଧ ମଧ୍ୟ ପରିବେଷଣ କରାଯିବ ବୋଲି ଡକ୍ଟର ମହାନ୍ତି କହିଥିଲେ। କମିଟିର କାର୍ଯ୍ୟକାରୀ ସଭାପତି ରାଜେନ୍ଦ୍ର ପଟ୍ଟନାୟକ, ଉପସଭାପତି ଭାଗବତ ସାହୁ, ସାଧାରଣ ସମ୍ପାଦକ କିଶୋର ଦାସ, ଯୁଗ୍ମ ସମ୍ପାଦକ ସିମନ ଦାସ ମହାପାତ୍ର, ଉପଦେଷ୍ଟା ପଦ୍ମଲୋଚନ ଲେଙ୍କା, କାଉନସିଲର ରଞ୍ଜିତା ମହାପାତ୍ର ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମର ରୂପରେଖ ସଂପର୍କରେ ଆଲୋଚନା କରିଥିଲେ । ଚଳିତ ବର୍ଷ ରାବଣ ପୋଡ଼ି ୨୬ ବର୍ଷରେ ପଦାର୍ପଣ କରୁଥିବା ବେଳେ ଏହାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଅନେକ ପ୍ରକାର ମନଲୋଭା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି ସେ କହିଥିଲେ। ସମ୍ପାଦକ ରାମନାରାୟଣ ଶତପଥି ଶେଷରେ ଧନ୍ୟବାଦ ଜଣାଇଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ସମ୍ପାଦକ ଚିତ୍ତ ରଂଜନ ପଣ୍ଡା, ‘ଆଜିକାଲି’ର ସଂପାଦକ ନିର୍ମାଲ୍ୟ ମହାନ୍ତି, କାଉନସିଲର ପ୍ରୀତିଲତା ସେଠୀ, ମିନତୀ ସେଠୀ, ସନ୍ଧ୍ୟାରାଣୀ ଭୂୟାଁ, ନିତ୍ୟାନନ୍ଦ ସେଠୀ, ଛବିରାଣୀ ମନ୍ତ୍ରୀ, ଶୁଭେନ୍ଦୁ ପଟ୍ଟନାୟକ ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.