ବିଶାଖାପାଟନମ ଜୁହାର ପରିବାର ପକ୍ଷରୁ ନୂଆଖାଇ ଭେଟଘାଟ

ଓଡ଼ିଆ ବାର୍ତ୍ତା/ ବିଶାଖାପାଟଣା (ଗୋକୁଳା ନନ୍ଦ ବଗର୍ତ୍ତୀ): ବିଶାଖାପାଟନମ ଜୁହାର ପରିବାରର ୩ୟ ବର୍ଷ ପାଇଁ ନୂଆଖାଇ ଭେଟଘାଟ ମେଘଦ୍ରିପେଟାର କଳାମେଘା ଫକ୍ସନ ହଲ ଠଖରେ  ଧୁମଧାମରେ ପାଳିତ ହୋଇଯାଇଛି। ପ୍ରଥମେ ଦେବୀ ସମଲେଇଙ୍କ ପୂଜା ହୋଇଥିଲା। ଏହାପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ  ପରିବେଷିତ ହୋଇଥିଲା। ବିଶ୍ବ ଦରବାରରେ ନିଜର ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା କଳାକାର ଶାଶ୍ୱତ କୁମାର ତ୍ରିପାଠୀ ଓ ପଦ୍ମିନୀ ଦୋରାଙ୍କ ସମ୍ବଲପୁରୀ ନୃତ୍ୟ ଗୀତରେ ନାଚି ଉଠିଥିଲେ ବିଶାଖାପାଟନମର ପ୍ରବାସୀ ଓଡ଼ିଆ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡ଼ଃ ନନ୍ଦକୁମାର ପାଣିଗ୍ରାହୀ ଓ ବିଶିଷ୍ଟ ଅତିଥି ଭାବେ ଡ଼ଃ ଶେଷମୋହନ ଦେବତା ଯୋଗଦେଇ ମହାପାର୍ବଣ ନୂଆଖାଇର ବିଶେଷତ୍ଵ ଉପରେ ଆଲୋକପାତ କରିଥିଲେ। ଅନୁଷ୍ଠାନର ଉପଦେଷ୍ଟା ଚିତ୍ତ ରଞ୍ଜନ ପଣ୍ଡା, ସଭାପତି ମନୋଜ କୁମାର ବେହେରା, ଉପସଭାପତି କୁମୁଦ ବାଗ, ସମ୍ପାଦକ ନିର୍ମଳ ଚନ୍ଦ୍ର ନାୟକ, ସଂଚାଳକ ସୁଶାନ୍ତ ପତି ଓ ଭୁପେନ୍ଦ୍ର ବିଶି, ପୂଜାରୀ ସୁବ୍ରତ ଭୋଇ ଓ ଫକୀର ନାଗ ଏବଂ ସଦସ୍ୟ କିଶୋର ସା, ବିନୟ ବିରଗଣ୍ଠିଆ, ସନ୍ଥ କୁମାର ସାହୁ, ମନୋଜ ରଣା, ତ୍ରିଲୋଚନ ନାୟକ, ପ୍ରେମାନନ୍ଦ ଦାଶ, ମହେନ୍ଦ୍ର କୁମାର ଲୁହା, ଶୁଭ୍ରାଂଶୁ ପଣ୍ଡା, ତ୍ରିବିକ୍ରମ ରାଣ, ଶଂକର ନାଏକ, ଲିଂଗରାଜ ପାଣ୍ଡେ, ଆୟୁଷ୍ମାନ ସତପଥି, ହୃଦାନନ୍ଦ ସୁନା, କିଶୋର ପ୍ରଧାନ, ଦେବଦୁତ୍ତ ନାଏକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.