ମାଳବାହୀ ଟ୍ରକ ଓ ମେକ୍ସିକ୍ୟାବ ମୁହାଁମୁହିଁ ଧକ୍କା

ଓଡ଼ିଆ ବାର୍ତ୍ତା/ କୋକସରା, (ହିରଣ୍ୟ ବେହେରା): ଭବାନୀପାଟଣା ଜୟପୁରକୁ ସଂଯୋଗ ହୋଇଥିବା ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା ମୋଟେର ଫାଣ୍ଡି କୁସୁମଖୁଣ୍ଟି ମୋଟେର ରାସ୍ତା ମଝିରେ ଏକ ଦୁର୍ଘଟଣା ଘଟିଛି। କେସିଙ୍ଗାରୁ ବିଜୟୱାଡା ଯାଉଥିବା ଏକ ମାଳବାହୀ ଟ୍ରକ ଓ ନବରଙ୍ଗପୁର ରେଙ୍ଗିଗୁଡାରୁ ବରଗଡ ଯାଉଥିବା ଫୋର୍ସ ମେକ୍ସିକ୍ୟାବ ଗାଡି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଧକ୍କା ହେବା ଫଳରେ ମେକ୍ସିକ୍ୟାବ ଗାଡିର ସାମ୍ନା ପଟ ଚୁରମାର ହେବା ସହ ପ୍ରାୟ ୧୦ ରୁ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ମାନେ ହେଲେ ନବରଙ୍ଗପୁର ଜିଲ୍ଳା କୋଷାଗୁମୁଡା ବ୍ଲକ ରେଙ୍ଗୀଗୁଡା ଗ୍ରାମର ସୁନାଧର ଭତ୍ରା, ନବୀନ ଭତ୍ରା, ଚକ୍ର ଭତ୍ରା, ତୁଳସୀରାମ ଭତ୍ରା, ରୁକଧର ଭତ୍ରା, ପାଟଳା, ମଧୁ,ଜଳନ୍ଧର, ଛବିଳ, ସେକ୍ସନ, ପଲସିଙ୍ଗ ସମେତ ଅନେକ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଘଟଣା ସ୍ଥଳରେ କୋକସରା ପୋଲିସ, ମୋଟେର ଫାଣ୍ଡି ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ପୋଲିସ ଗାଡି, ଆମ୍ବୁଲାନ୍ସ ଓ ଅଗ୍ନିଶମ ଗାଡି ଯୋଗେ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପୋଲିସ ଟ୍ରକ ଓ ମେକ୍ସିକ୍ୟାବ ଗାଡିକୁ ଜବତ କରି ଫାଣ୍ଡି କୁ ନେଇଥିବା ସୂଚନା ରହିଛି। ଖବର ଲେଖା ହେବା ପର୍ଯ୍ୟନ୍ତ ଗୁରୁତର ମାନେ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟରେ ଚିକିତ୍ସିତ ହେଉଥିବା ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.