ପଞ୍ଚମ ଦିନରେ ରୁପ୍ରାରୋଡ ଦୁର୍ଗାପୂଜା: ସନ୍ଧ୍ୟା ଆରତୀ ସମୟରେ ପ୍ରବଳ ଭକ୍ତ ସମାଗମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ରୁପ୍ରାରୋଡର ସର୍ବଜନୀନ ଦୁର୍ଗାପୂଜା ଏଥର ୬୬ତମ ବର୍ଷରେ ପଦାର୍ପଣ କରିଛି। ସ୍ଥାୟୀ ମଣ୍ଡପରେ ବୈଦିକ ବିଧାନ ଅନୁସାରେ ଚାଲିଛି ଜଗତଜନନୀଙ୍କ ନବରାତ୍ରୀ ପୂଜା। ଏଠାରେ ପ୍ରତ୍ୟହ ଭକ୍ତ ସମାଗମ ଲାଗି ରହିଛି। ବିଶେଷ କରି ସନ୍ଧ୍ୟା ଆଳତି ସମୟରେ ମହିଳା ଭକ୍ତଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳୁଛି।  ରୁପ୍ରାରୋଡ ଦୁର୍ଗା ପୂଜା କମିଟି ସଭାପତି ଓମ ପ୍ରକାଶ ଅଗ୍ରୱାଲଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ନବରାତ୍ରୀ ପୂଜା ଅନୁଷ୍ଠିତ ହୋଇଥିବା ବେଳେ ବରିଷ୍ଠ ସଦସ୍ୟ ବଣ୍ଟି ଖେତାନ, ଆଲୋକ ଅଗ୍ରୱାଲ ମନୋଜ ଅଗ୍ରୱାଲ, ରତନ ଅଗ୍ରୱାଲ, ଦିନେଶ ଅଗ୍ରୱାଲ, ଭାରତୀ ମହାନ୍ତି, ନୀରଜ ଶର୍ମା, ଦୀପକ ଅଗ୍ରୱାଲ, ଅନୀଲ ଅଗ୍ରୱାଲ, ଧିରେନ୍ଦ୍ର ଖେତାନ ଓ ଅନ୍ୟମାନେ ବିଭିନ୍ନ ଦାଇତ୍ୱରେ ରହିଛନ୍ତି। ଅମିତ କୁମାର ଅଗ୍ରୱାଲ ଦମ୍ପତି କର୍ତ୍ତା ଥିବାବେଳେ ପୂଜକ ଭାବରେ ପଣ୍ଡିତ ସୁରେନ୍ଦ୍ର ଶର୍ମା ଓ ବିଷ୍ଣୁ ଶର୍ମା ଦାଇତ୍ୱ ନିର୍ବାହ କରୁଥିବା କମିଟି ସୂତ୍ରରୁ ଜଣାପଡିଛି। ଗତ ୨୨ ରୁ ନବରାତ୍ରୀ ପୂଜା ଆରମ୍ଭ ହୋଇଥିବା ଏହି ପୂଜା ଶୁକ୍ରବାର ପଞ୍ଚମ ଦିନରେ ପହଞ୍ଚିଛି। ଚଳିତ ବର୍ଷ ମନୋରଞ୍ଜନ କାର୍ଯ୍ୟକ୍ରମ ଭାବରେ ନାଟକ “କୁଞ୍ଜବନ ମତେ ଲାଗୁଛେ ଛିନା”, “କାନ୍ଦେ କଳାକାର ହସେ ଦୁନିଆ”, “ଦ୍ରୌପଦୀ ଲୁହରେ ମହାଭାରତ”, ଓ କଣ୍ଟାବାଞ୍ଜିର ବିର୍ଜାମାତା ଦଣ୍ଡନୃତ୍ୟର “ରାଧା ଚନ୍ଦ୍ରସେଣା ପ୍ରେମ ମିଳନ” ଭଳି ନାଟକ ଗୁଡିକ ରଖାଯାଇଛି। ପୂଜା ପରିଚାଳନାରେ ରୁପ୍ରାରୋଡ ଅଞ୍ଚଳବାସୀଙ୍କ ଭରପୁର ସାହାଯ୍ୟ ଓ ସହଯୋଗ ରହିଥିବା କମିଟିର ସଭାପତି ଓମ ପ୍ରକାଶ ଅଗ୍ରୱାଲା ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.