ନର୍ଲାରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

୩୮୦ ଜଣ ଭିନ୍ନକ୍ଷମଙ୍କ ନାମ ପଞ୍ଜିକରଣ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ପରିସରରେ ଶୁକ୍ରବାର ବ୍ଲକ ସ୍ତରୀୟ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଓଡିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଭିନ୍ନକ୍ଷମ ଅଧିକାରୀ ନିବେଶ କୁମାରଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନର୍ଲା ବିଡ଼ିଓ ବିପିନ ବିହାରୀ ଦୀପ ଯୋଗଦାନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବରେ ଡିଓ ଲକ୍ଷପତି ପୂଝାରୀ ଯୋଗଦାନ କରି ମାର୍ଗଦର୍ଶନ ଦେଇଥିଲେ। ନର୍ଲା ବିଏସଏସଓ ପ୍ରଦୀପ କୁମାର ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବିଭିନ୍ନ ଗ୍ରାମ ପଞ୍ଚାୟତର ଏଡିଏଓ, ଯୋଗାଣ ସହାୟକ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନେ ବିଭିନ୍ନ ଦାୟୀତ୍ୱରେ ରହି ପରିଚାଳନାରେ ସହଯୋଗ କରିଥିଲେ। ପ୍ରଥମେ ଜିଲ୍ଲା ଅଧିକାରୀ ଶ୍ରୀ କୁମାର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅତିଥି ବୃନ୍ଦ ମାର୍ଗ ଦର୍ଶନ ଦେଇଥିଲେ। ଏହି ଶିବିରରେ ବିଶେଷ କରି ଭିନ୍ନକ୍ଷମ ପ୍ରମାଣ ପତ୍ର, ବସ ପାସ, ଟ୍ରେନ ପାସ ପାଇଁ ତାଲିକା ଭୁକ୍ତ କରାଯାଇଥିଲା। ତିନି ଚକିଆ (ଟ୍ରାଏ) ସାଇକେଲ ଚାରିଗୋଟି ଏବଂ ହୁଇଲ ଚେଆର ଚାରି ଗୋଟି ଭିନ୍ନକ୍ଷମ ମାନଙ୍କୁ ପ୍ରଦାନ କରାଯାଇଥିଲା। ଶିବିରରେ ପରୀକ୍ଷଣ ପାଇଁ ସର୍ବମୋଟ ୩୮୦ ଜଣ ଭିନ୍ନକ୍ଷମଙ୍କ ନାମ ପଞ୍ଜିକରଣ ହୋଇଥିଲା। ଏଥିରେ ଅସ୍ଥିଶୈଲ୍ୟ ବିଭଗର ସର୍ବାଧିକ ୧୯୦ ଜଣ ବାଧିତ ବ୍ୟକ୍ତି ରହିଥିବା ବେଳେ ମସ୍ତିସ୍କ ବିକୃତ ବ୍ୟକ୍ତି ୩୪ ଜଣ ଥିଲେ। ଭିନ୍ନକ୍ଷମ ମାନଙ୍କୁ ପରୀକ୍ଷଣ ପାଇଁ ଶ୍ରବଣ ବାଧିତ, ମୁକ ବଧିର ବିଭାଗର ଡାକ୍ତର, ଦୃଷ୍ଟି ବାଧିତ ବିଭାଗ, ଅସ୍ଥିଶୈଲ୍ୟ ବିଭାଗ, ମାନସିକ ବିଭାଗ ଗୁଡିକର ଡାକ୍ତର ଏବଂ ଟେକ୍ନିସିଆନ ମାନେ ଯୋଗଦାନ କରି ଭିନ୍ନକ୍ଷମ ମାନଙ୍କୁ ପରୀକ୍ଷଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଓଡିଶା ବିକଳାଙ୍ଗ ମଞ୍ଚ କଳାହାଣ୍ଡି ସମ୍ପାଦକ ଡୋଳାମଣି ପଧାନ, ରାଷ୍ଟୟ ଓଡିଶା ବିକଳାଙ୍ଗ ମଞ୍ଚ ସକ୍ରୀୟ ସଦସ୍ୟ ଚଣ୍ଡୀ ଦାସ ସାହୁ, ଡିଡିଏଫ ସ୍ବେଛାସେବୀ କଳାହାଣ୍ଡି ଦୃଣସେନ ନାଏକ, ଭୋଳାନାଥ ଦାସ, ଯୁଗେଶ ନାଏକ, ଶାନ୍ତପୁର ସମିତି ସଦସ୍ୟ ଜୟ ମେହେର, ଘଣ୍ଟମାଳ ସରପଞ୍ଚ ଦେବେନ୍ଦ୍ର ସା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.