ଜାତୀୟ ସେବା ଯୋଜନା ସ୍ୱତନ୍ତ୍ର ଶିବିର ଉଦ୍‌ଘାଟିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସ୍ଥିତ ଜୟ ପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଶାଖାର ପୂଜା ବିଶେଷ ସ୍ୱତନ୍ତ୍ର ଶିବିର ଉଦ୍‌ଘାଟିତ ହୋଇଯାଇଛି। ମାଁ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ଜାତୀୟ ସେବା ଯୋଜନା ସଂଯୋଜକ ଡ଼ଃ. ଚିତ୍ତ ରଞ୍ଜନ ଖୁଣ୍ଟିଆ ଏହାକୁ ଉଦ୍‌ଘାଟିତ କରିଥିବା ବେଳେ ମହାବିଦ୍ୟାଳୟର ପୂର୍ବତନ ଅବସରପ୍ରାପ୍ତ ଅଧ୍ୟକ୍ଷ୍ୟ ଛବିଲାଲ ସାହୁ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଉଦ୍‌ଘାଟନୀ ସଭାକୁ କାର୍ଯ୍ୟକ୍ରମ ଅଧିକାରୀ ପ୍ରତାପ ଚନ୍ଦ୍ର ଦାଶ ପରିଚାଳନା କରିବା ସହ ଏହି ସ୍ୱତନ୍ତ୍ର ଶିବିରର ଆଭିମୁଖ୍ୟ ବିଷୟରେ ଧାରଣା ପ୍ରଦାନ କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ୍ୟ ପରମେଶ୍ୱର ମୁଣ୍ଡ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମରେ ସେବା ପ୍ରଦାନ କରିବା ପାଇଁ ଉତ୍ସାହିତ କରିବା ସହ ଛାତ୍ର ଓ ଯୁବକ ନିରନ୍ତର କାର୍ଯ୍ୟକ୍ରମ ପାଇଁ ସୁଯୋଗ ସୃଷ୍ଟିହେବା ଆବଶ୍ୟକ ବୋଲି ସ୍ୱତନ୍ତ୍ର ଶିବିରର ଆବଶ୍ୟକତାକୁ ନେଇ ଏହା ଏକ ସୁଯୋଗ ବୋଲି ମତବ୍ୟକ୍ତି କରିଛନ୍ତି। ଅଧ୍ୟାପଲ ଶୁଭେନ୍ଦୁ କୁମାର ପାଢୀ, ଶୁଶାନ୍ତ କୁମାର ଦାଶ, ମିକୁ ମିକ୍ସ ନିଆଲ, ଫାଲଗୁନୀ ପ୍ରଧାନୀ, ପୁରୀତ ରଣା ଓ ମୀନକେତନ ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏଥି ସର୍ବମୋଟ ୫୦ ଜଣ ସ୍ୱେଚ୍ଛାସେବୀ ଅଂଶଗ୍ରହଣ କରିଛନ୍ତି। ଶାରୀରିକ ଶିକ୍ଷା, ସେବା ଶିକ୍ଷା, ଅଧ୍ୟୟନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନ୍ତର୍ଭୂକ୍ତ। ଏହାର ସଂଫଳତା ପାଇଁ ସମସ୍ତେ ବ୍ରତୀ ରହିବା ପାଇଁ ପ୍ରତାପ ଚନ୍ଦ୍ର ଦାଶ ନିବେଦନ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.