ଘୁନସର କଲେଜରେ ପଣ୍ଡିତ ଦୀନଦୟାଲଙ୍କ ଜୟନ୍ତୀ ପାଳିତ

ଓଡ଼ିଆ ବାର୍ତ୍ତା/ ସଇଁତଳା (ଗୋକୁଳାନନ୍ଦ ବଗର୍ତ୍ତୀ): ସଇଁତଳା ବ୍ଲକ ଘୁନସର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମେରା ଯୁବା ଭାରତ, ବଲାଙ୍ଗୀର ସହାୟତାରେ ତଥା ସ୍ୱାଗତ ସେବା ସଙ୍ଘ, କୁମ୍ଭାରୀଙ୍କ ସହଭାଗିତାରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ପାଳିତ ହୋଇଯାଇଛି | ସେବା ସଙ୍ଘ ସମ୍ପାଦକ ଝସକେତନ ରଣା ସଭା ପରିଚାଳନା କରିଥିଲେ | ଅଧ୍ୟକ୍ଷ ଶୁଭେନ୍ଦୁ ବିକାଶ କୁମ୍ଭାର ମୁଖ୍ୟ ଅତିଥି, ରାଜନୀତି ବିଜ୍ଞାନ ଅଧ୍ୟାପକ ମୋହନ ଚରଣ ବାଗ ସମ୍ମାନିତ ଅତିଥି, ଓଡ଼ିଆ ଅଧ୍ୟାପକ ନିରାକାର ଦାଶ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଦୀନଦୟାଲଜୀଙ୍କ ତ୍ୟାଗ, ଆଦର୍ଶମୟ ଜୀବନୀ ଏବଂ ଭାରତକୁ ତାଙ୍କର ଅବଦାନ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ | ଶେଷରେ ଜୟନ୍ତ ରଣା ଧନ୍ୟବାଦ ଅର୍ପଣ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.