କଳାହାଣ୍ଡି ଲେଖିକା ସଂଘର ‘ସ୍ବାଗତ ମା ଦଶଭୂଜା’ କବିତା ଆସର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଲେଖିକା ସଂଘ ପକ୍ଷରୁ ଆଭାସୀ ମାଧ୍ୟମରେ ‘ସ୍ବାଗତ ମା ଦଶଭୂଜା’ କବିତା ଆସର ଅନୁଷ୍ଠିତ ହୋଇଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ଲିଙ୍ଗରାଜ ମିଶ୍ର ଯୋଗ ଦେଇଥିଲେ। ସଭାପତି ସୁଦେଷ୍ଣା ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ସଂପାଦିକା କଳ୍ପନା ରଥ। ବ୍ରହ୍ମ ନାଦ କରିଥିଲେ ପ୍ରମୋଦିନୀ ପଣ୍ଡା। ଶାନ୍ତି ପାଠ ଏବଂ ବନ୍ଦେମାତରଂ ଗାନ କରି ଥିଲେ କବୟତ୍ରୀ ମୀନା ମୁଣ୍ଡ। ପ୍ରାରମ୍ଭିକ ସଙ୍ଗୀତ ଗାନ କରି ଥିଲେ କଣ୍ଠ ଶିଳ୍ପୀ ପ୍ରଣତି ମିଶ୍ର। କାର୍ଯ୍ୟକ୍ରମର ମଧ୍ଯ ଭାଗରେ କବୟତ୍ରୀ ଐଶ୍ଚର୍ଯ୍ୟା ପ୍ରଧାନଙ୍କ ଗଳ୍ପ “ସମ୍ପର୍କ” ସ୍ଥାନୀତ ହୋଇଥିଲା।
ଗଳ୍ପଟି ଅତ୍ଯନ୍ତ ହ୍ରୁଦୟ ସ୍ପର୍ଶୀ ଥିଲା। କବୟତ୍ରୀ ସୁମତି ମୁଣ୍ଡଙ୍କ ସଂଯୋଜନାରେ କବୟତ୍ରୀ ତପସ୍ବିନୀ ପଣ୍ଡା, ବନଶ୍ରୀ ଦାସ, ହରିପ୍ରିୟା ଠାକୁର, ଝରଣା ପାଢ଼ୀ, ସୁଚିସ୍ମିତା ରଥ, କବି ସବିତା ଶତପଥୀ, ମନୋରମା ପାତ୍ର, ମଂଜୁରାଣୀ ରଥ, ସଂଯୁକ୍ତା ମୁଣ୍ଡ, ସନ୍ଧ୍ୟାରାଣୀ ବେହେରା, ମୀନା ମୁଣ୍ଡ, ଶୁଭ୍ରା ପଟ୍ଟନାୟକ, ମମତା ସାହୁ, ବିଳାସିନୀ ମହାପାତ୍ର, ସୁମତି ମୁଣ୍ଡ, ରୀତା ପଟ୍ଟଯୋଷୀ ନିରୂପମା ମହାନ୍ତି, ନିବେଦିତା ମହାନ୍ତି, ସବିତା ଦାସ, ପଲ୍ଲବୀ ଦାସ, ପ୍ରଣତି ମିଶ୍ର, ମମତା ସାହୁ, ପ୍ରେମଶୀଳା ବେହେରା, ପ୍ରମୋଦିନୀ ପଣ୍ଡା, କବିତାଞ୍ଜଳି ପଣ୍ଡା, କବିତା ମୁଣ୍ଡ, ମୀନା ମୁଣ୍ଡ, ଐଶ୍ଚର୍ଯ୍ୟା ପ୍ରଧାନ, ରଶ୍ମୀ ରାଣୀ ରଥ, ନଳିନୀ ପ୍ରଭା ଦାସ, ସସ୍ମିତା ସାହୁ, ସ୍ନେହଲତା ଷଡଙ୍ଗୀ, ସୁଦେଷ୍ଣା ପଣ୍ଡା, କଳ୍ପନା ରଥ ପ୍ରମୂଖ ପ୍ରାୟ ୩୫ରୁ ଉର୍ଦ୍ଧ୍ବ କବୟତ୍ରୀ କବିତା ପାଠ କରିଥିଲେ। ଧନ୍ଯବାଦ ଅର୍ପଣ କରି ଥିଲେ କବୟତ୍ରୀ ବନଶ୍ରୀ ଦାସ ଏବଂ ଗୁଗୁଲ ମିଟ ସହାୟତା ଯୋଗାଇ ଥିଲେ କବି ସବିତା ଶତପଥୀ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.