ନର୍ଲା ବ୍ଳକ ଯାଦବ ସମିତି ବୈଠକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ରବିବାର ଦିନ ନର୍ଲା ବ୍ଲକ ଯାଦବ ସମିତିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସ୍ଥାନୀୟ ଯାଦବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ନର୍ଲା ବ୍ଳକ ଯାଦବ ସମିତି ସଭାପତି ଲିଙ୍ଗରାଜ କରୁଆଁଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ ସଭାରେ ଆଗାମୀ ଜିଲ୍ଲା ଯାଦବ ମହାସଭା ଆୟୋଜନ ସମ୍ବନ୍ଧୀୟ ଆଲୋଚନା ଓ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯାଇଥିଲା। ଏହାସହ ସମାଜର ବିକାଶ, ସମାଜରୁ କୁସଂସ୍କାର ଦୂରିକରଣ, ସ୍ବାସ୍ଥ୍ୟ, ଶିକ୍ଷା ଓ ଅର୍ଥନୈତିକ ଉନ୍ନତି, ଗୋପାଳନ ଦିଗରେ ସରକାରୀ ସହଯୋଗ ସହ ସଂଗଠନକୁ ମଜଭୁତ କରିବା ଉପରେ ସଭାରେ ଆଲୋଚନା ପର୍ଯ୍ୟାଲୋଚନା କରାଯାଇଥିଲା। ବୈଠକରେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ଅଭ୍ୟର୍ଥନା କମିଟି ସଭାପତି ଗିରିଧାରୀ ଗଉଡ, ବ୍ଲକ ଉପସଭାପତି ଦୁଲ୍ଲଭ ମାହାର, ସୁନୀଲ କୁମାର ଧଙ୍ଗଡାମାଝୀ ଓ ମାର୍କଣ୍ଡ ଜାଲ, ସାଧାରଣ ସମ୍ପାଦକ ମଧୁସୂଦନ ରାଉତ, ଯୁଗ୍ମ ସମ୍ପାଦକ ଅଜିତ କରୁଆଁ, କୋଷାଧ୍ୟକ୍ଷ ଗିରିଧାରୀ ଗଉଡ, ବରିଷ୍ଠ ଯାଦବ ନେତୃତ୍ବ ତ୍ରିଲୋଚନ ନାଏକ, ଭଗବାନ ପୋଢ, ବନମାଳି ଗଉଡ, ଗୌରଚନ୍ଦ୍ର ଭୋଇ, ସୁଧିର ନାଏକ, ନରସିଂହ ଥପା, ପବିତ୍ର ନାଏକ, ବ୍ରଜ ଗଉଡ, ନଟବର ଭୋଇ, କୁଶ ବିଶି, ଭୋଳାନାଥ ଧଙ୍ଗଡାମାଝୀ, କେତନ ପ୍ରଧାନୀ, ତ୍ରିଲୋଚନ ଗଉଡ, ମିନିକେତନ ଗହୀର, ଗୋପାଳ ଭୋଇ, ନାରାୟଣ ଜାଲ, ମାନଗୋବିନ୍ଦ ବିଶି, ଗଜିନ୍ଦ୍ର ପୋଢ, ଲିଙ୍ଗରାଜ ବଗର୍ତ୍ତି, ମୋହନ ବାଗ, ଦେବରାଜ ବଗର୍ତ୍ତିଙ୍କ ସମେତ ବ୍ଲକର ସମସ୍ତ ଆଞ୍ଚଳିକ ସମିତିର କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ବ୍ଲକ ଯାଦବ ସମିତିର ସାଧାରଣ ସମ୍ପାଦକ ମଧୁସୂଦନ ରାଉତ ସଭା ପରିଚାଳନା କରିଥିବାବେଳେ ନର୍ଲା ବ୍ଲକ ଯାଦବ ସମିତିର ଯୁବ ସଭାପତି ପ୍ରସୁନ୍ନ କୁମାର ଜାଲ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.