କମେ ଗାଁରେ ‘ଆଦି କର୍ମଯୋଗୀ ଅଭିଯାନ’ କାର୍ଯ୍ୟକ୍ରମ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ଭାନପୁର ଗ୍ରାମ ପଞ୍ଚାୟତର କମେଗାଁ ୟୁପି ସ୍କୁଲ ରେ “ଆଦି କର୍ମଯୋଗୀ ଅଭିଯାନ” କାର୍ଯ୍ୟକ୍ରମ ସରପଞ୍ଚ ଅନନ୍ତ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ଦେଶର ଜନପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଜନ୍ମଦିନ ସେପ୍ଟେମ୍ୱର ୧୭ ରୁ ସାରା ଦେଶରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହା ୨ ଅକ୍ଟୋବର ଗାନ୍ଧୀ ଜୟନ୍ତୀ ଯାଏଁ ଚାଲିବ। କେନ୍ଦ୍ର ସରକାରଙ୍କ ଏହି ଯୋଜନାରେ ଆଦିବାସୀ ବହୁଳ ଗ୍ରାମ ମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇଅଛି। ନର୍ଲା ବ୍ଲକ ମଧ୍ୟରେ ରହିଥିବା ୧୫ ଗୋଟି ଗ୍ରାମରେ ଆଦିବାସୀଙ୍କ ସଂଖ୍ୟା ୫୦ ପ୍ରତିଶତ ରୁ ଉର୍ଦ୍ଧ୍ବ ରହୁଥିବାରୁ ଏହି ଗ୍ରାମ ଗୁଡିକୁ “ଆଦି କର୍ମଯୋଗୀ ଅଭିଯାନ” କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଥିବା ଜଣାପଡିଛି। ଏହି କ୍ରମରେ ଆଦିବାସୀ ବହୁଳ ଗ୍ରାମ କମେଗାଁ ର ଗ୍ରାମବାସୀଙ୍କୁ ନେଇ ଗ୍ରାମରେ ରହିଥିବା ବିଭିନ୍ନ ସମସ୍ୟା ଗୁଡ଼ିକ ଉପରେ ଆଲୋଚନା କରାଯାଇ, ଗ୍ରାମବାସୀଙ୍କ ମତାମତ ନେଇ ଏସବୁ ଗୁଡ଼ିକ ଉପରେ ବିବରଣୀ ପ୍ରସ୍ତୁତ କରଯାଇଥିଲା। ଏହାକୁ କେନ୍ଦ୍ର ସରକାରଙ୍କ ସ୍ଵତନ୍ତ୍ର ଡିଜିଟାଲ ସାଇଟ ରେ ଅପଲୋଡ଼ କରାଯିବ। ଶିକ୍ଷା , ସ୍ବାସ୍ଥ୍ୟ, ବିଜୁଳି, କୃଷି, ଗମନା ଗମନ, ପାନୀୟ ଜଳ ଭଳି ୧୭ ଗୋଟି ବିଭିନ୍ନ ବିଭାଗ ଗୁଡିକ ର ଗାଁ ରେ ରହିଥିବା ବିଭିନ୍ନ ସମସ୍ୟା ଗୁଡିକ ଉପରେ ଆଲୋକପାତ ଓ ଆଲୋଚନା କରାଯାଇ ତୁରନ୍ତ ପଦକ୍ଷେପ ନିଆଯାଇ ଏହାର ତୁରନ୍ତ ସମାଧାନ କରି ଉକ୍ତ ଗ୍ରାମ ଗୁଡିକୁ ବିକାଶ କରାଯାଇ ଆଦର୍ଶ ଗ୍ରାମରେ ସାମିଲ କରାଯିବାର ଯୋଜନା ରହିଥିବା ଜଣାପଡିଛି। କାର୍ଯ୍ୟକ୍ରମରେ ଏହି ଅଭିଯାନ ଉପରେ ବିଶେଷ ଭାବରେ ଭବାନୀପାଟଣାରେ ୭ ଦିନ ତାଲିମ ନେଇଥିବା ସହକାରୀ ନର୍ଲା ବ୍ଲକ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ମାଝୀ ଓ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ପିଏଚଇଓ ବିମଳ ଚନ୍ଦ୍ର ଦୀପ ଏହି କାର୍ଯ୍ୟକ୍ରମ ର ନିୟମ ଓ ବିଭିନ୍ନ ଦିଗ ଉପରେ ଲୋକଙ୍କୁ ବୁଝାଇଥିଲେ। ପ୍ରତି ଦୁଇ ମାସରେ ଥରେ ବିଭିନ୍ନ ସମସ୍ୟା ର ଲିପିବଦ୍ଧ ହୋଇଥିବା ବିବରଣୀ ଗୁଡିକର ପ୍ରଗତି ଓ କାର୍ଯ୍ୟକାରିତାକୁ ନେଇ ଆଲୋଚନା କରାଯାଇ ବିହିତ ପଦକ୍ଷେପ ନିଆଯିବ ବୋଲି ଜଣାପଡିଛି। ଏହି ଯୋଜନା ଆଗାମୀ ୫ ବର୍ଷ ଧରି ଚାଲିବ ବୋଲି ସୂଚନା ମିଳିଛି। ଭାନପୁର ଗ୍ରାମ ପଞ୍ଚାୟତର କାର୍ଯ୍ଯନିର୍ବାହୀ ଅଧିକାରୀ ନରହରି ଭୋଇ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପଞ୍ଚାୟତ କର୍ମଚାରୀ ଯୋଗାଣ ସହାୟକ ଶମ୍ଭୁ( ମୀନ) ହାତୀ, ରଘୁ ଭୋଇ, ସୁନିଲ ସେଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.