ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଳା ବ୍ଲକ କରମତଲା ଗାଁରେ ୫୨ ତମ ସାର୍ବଜନୀନ ଦୁର୍ଗା ପୂଜା ଉପଲକ୍ଷେ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି | ନିକଟସ୍ଥ ଜଳାଶୟରୁ ଜଳ ସଂଗ୍ରହ ପରେ ଜଳପୂର୍ଣ୍ଣ କଳସକୁ ପୂଜା ମଣ୍ଡପରେ ସ୍ଥାପନ କରାଯାଇଥିଲା | ରଜନୀକାନ୍ତ ଦାଶ କର୍ତ୍ତା ତଥା ଗୋବିନ୍ଦ ଶତପଥି ପୂଜକ ଦାୟିତ୍ୱ ତୁଲାଉଛନ୍ତି | ହରେକୃଷ୍ଣ ବେହେରା, ରାହାସବିହାରୀ ବୁଡ଼େକ, ବଳରାମ ରଣା, ରାହାସବିହାରୀ ରଣା, ରାଜମୋହନ ରଣା, ଶେଷଦେବ ରଣା, ରଙ୍ଗାଧର ବୁଡ଼େକ, କେସନ ରଣା, ମାଥୁ ରଣା, ମଇନା ବାବା, ଶୈଳ ବାବା, ଟିକେଚନ ପୁଝାରୀ ପ୍ରମୁଖଙ୍କ ସମେତ ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି | ପ୍ରତି ରାତ୍ର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେଉଥିବା ଆୟୋଜକ କମିଟି ସୂତ୍ରରୁ ପ୍ରକାଶ |