ଗୁଡିଆଳିପଦରର ଲୋକପ୍ରିୟ ସରପଞ୍ଚ ପ୍ରିୟଙ୍କା ମହାଖୁଡ  ରାଜନୀତି ଛାଡ଼ି ହେଲେ ସରକାରୀ ଆଇଟିଆଇର ସହକାରୀ ଟ୍ରେନିଂ ଅଫିସର: ପଞ୍ଚାୟତ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସଦର ବ୍ଲକ ଅନ୍ତଃର୍ଗତ ଗୁଡି଼ଆଳିପଦର ଗ୍ରାମପଞ୍ଚାୟତର ଲୋକପ୍ରିୟ ସରପଞ୍ଚ ପ୍ରିୟଙ୍କା ମହାଖୁଡ଼ ନିଜ ପଦବୀରୁ ଇସ୍ତଫା ଦେଇ ସରକାରୀ ଚାକିରୀରେ ଯୋଗ ଦେଇଛନ୍ତି। ଜଣେ ଉଚ୍ଚ ଶିକ୍ଷିତା ମହିଳା ଭାବେ ସେ ସବୁସ୍ତରର ଲୋକ ଓ ଅଧୁକାରୀଙ୍କ ନିକଟରେ ପହଞ୍ଚି ପଞ୍ଚାୟତର ବହୁ ଉନ୍ନତିମୂଳକ କାର୍ଯ୍ୟ କରିଥିଲେ।  ତେବେ ନିକଟରେ ସେ ସରକାରୀ ଆଇଟିଆଇର ସହକାରୀ ଟ୍ରେନିଂ ଅଧିକାରୀ ଭାବେ ନିଯୁକ୍ତି ପାଇଛନ୍ତି। ତେଣୁ ନିୟମାନୁଯାୟୀ ସେ ସରପଞ୍ଚ ପଦବୀରୁ ଇସ୍ତଫା ଦେଇଥିଲେ। ତେଣୁ ଗୁଡ଼ିଆଳିପଦର ପଞ୍ଚାୟତ କାର୍ଯାଳୟଠାରେ ସରପଞ୍ଚ ପ୍ରିୟଙ୍କାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜଣାଇବା ପାଇଁ ଏକ ସଭାର ଆୟୋଜନ କରାଯାଇଥିଲା। ପଞ୍ଚାୟତର ନାଏବ ସରପଞ୍ଚ ସତ୍ୟନାରାୟଣ ସାଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ ସଭାରେ ଏଡିଇଓ ଚନ୍ଦ୍ରମଣି ନାଏକ, ପିଇଓ ଗୌରାଙ୍ଗ ମାଝୀ, ୱାର୍ଡ ସଭ୍ୟ କନ୍ଦର୍ପ ତାଣ୍ଡି, ଲୋକନାଥ ମିଶ୍ର ଓ ୱାର୍ଡ ସଭ୍ୟା ଅହଲ୍ୟା ଶବର ମଞ୍ଚାସୀନ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ୱାର୍ଡର ସଭ୍ୟାସଭ୍ୟା, ଜନସାଧାରଣ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଏକ ଭାବମୟ ପରିବେଶ ମଧ୍ୟରେ ଅତିଥି ଓ ସଭ୍ୟସଭ୍ୟାମାନେ ସରପଞ୍ଚ ପ୍ରିୟଙ୍କାଙ୍କ ବିଭିନ୍ନ କାର୍ଯ୍ୟାବଳୀ ଓ ଲୋପ୍ରିୟତା କଥା ପ୍ରକାଶ କରିବାସହ ତାଙ୍କ ଉନ୍ନତ ଭବିଷ୍ୟତ କାମନା କରିଥିଲେ।ସମ୍ବଦ୍ଧନାର ଉତ୍ତରରେ ବିଦାୟୀ ସରପଞ୍ଚ ଶ୍ରୀମତୀ ମହାଖୁଡ ଲୋତକାପୂର୍ଣ୍ଣ ନୟନରେ ପଞ୍ଚାୟତର ଜନସାଧାରଣ, ବ୍ଳକ ଅଧିକାରୀ, ୱାର୍ଡ ମେମ୍ବର ମାନଙ୍କର ଭଲପାଇବା ଓ ସହକର୍ମୀ ମାନଙ୍କର ସହଯୋଗ ପାଇଁ କୃତଜ୍ଞତା ଜଣାଇଥିଲେ ଏବଂ ଏହି ସମ୍ପର୍କ ସବୁଦିନ ରହିବ ବୋଲି ଈଶ୍ୱରଙ୍କୁ ପ୍ରାର୍ଥନା କରିଥିଲେ। ଶେଷରେ ଏଡିଇଓ ଚନ୍ଦ୍ରମଣି ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.