ସରକାରୀ ପ୍ରୋତ୍ସାହନରେ ଚାକିରି ବିକ୍ରି: ଉଚ୍ଚସ୍ତରୀୟ ତଦନ୍ତ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିକଲା ସମାଜବାଦୀ ପାର୍ଟି 

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ବର: ସରକାରଙ୍କ ପ୍ରୋତ୍ସାହନରେ ରାଜ୍ୟରେ ସରକାରୀ ଚାକିରି ବିକ୍ରି ହେଉଛି । ଆବଶ୍ୟକ ଭିଲିଭୂମି ନ ଥିବା ଅନାମଧେୟ ସଂସ୍ଥାକୁ ନିଯୁକ୍ତି ପରୀକ୍ଷା ପରିଚାଳନା ପାଇଁ ଟେଣ୍ଡର ଦିଆଯାଉଛି । ସେହି କମ୍ପାନୀ ପୁଣି ଆଉ ଏକ କମ୍ପାନୀକୁ ପରୀକ୍ଷା ପରିଚାଳନା କରିବାକୁ ଭଡ଼ାରେ ଦେଇଥିବାରୁ ବାରମ୍ବାର ନିଯୁକ୍ତି ପରୀକ୍ଷାରେ ବିଭ୍ରାଟ, ବ୍ୟାପକ ଅନିୟମିତା ଓ ଚାକିରି ବିକ୍ରି ପରି ଘଟଣା ଘଟୁଛି । ଓଡ଼ିଶା ପୁଲିସ ଏସଆଇ ନିଯୁକ୍ତି ପରୀକ୍ଷା ଘଟଣାର ସିବିଆଇ ତଦନ୍ତ ନିମନ୍ତେ ସୁପାରିସ କରନ୍ତୁ ସରକାର – ଧରାପଡ଼ିଥ‌ିବା ପ୍ରାର୍ଥୀଙ୍କୁ ନିଯୁକ୍ତି ପରୀକ୍ଷାରୁ ବାସନ୍ଦ କରାଯିବା ସହ ଘଟଣାରେ ସମ୍ପୃକ୍ତ ସଂସ୍ଥା ଉପରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉ । ଚାକିରି ବିକ୍ରିରେ ସମ୍ପୃକ୍ତ ଅଧିକାରୀ ଓ ଦଲାଲ୍ ଏବଂ ଚାକିରି ବିଶୁଥିବା ପ୍ରାର୍ଥୀଙ୍କ ବିରୋଧରେ ଆଖୁଦୃଶିଆ କାର୍ଯ୍ୟାନୁଷ୍ଠାନ ହେଉ ନ ଥିବାରୁ ଦୁର୍ନୀତି ହେଉଛି । ପୂର୍ବରୁ ଜେଇ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ପାଇବା ସହ ପ୍ରସ୍ତୁତି କରିବା ସମୟରେ ରାଜ୍ୟ ବାହାରୁ ୮୬ଜଣ ପ୍ରାର୍ଥୀଙ୍କ ସମେତ କିଛି ବଳାଇ ଧରା ପଡ଼ିଥିଲେ । ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହୋଇ ନ ଥିବାରୁ ଏହାର ପୁନରାବୃରି ଘଟିଛି। ଏହି ଘଟଣାକୁ ସରକାର ଗୁରୁତ୍ବର ସହ ନେଇ ଧରାପଡ଼ିଥିବା ପ୍ରାର୍ଥୀଙ୍କୁ ସମସ୍ତ ପ୍ରାର୍ଥୀଙ୍କୁ ନିଯୁକ୍ତି ପରୀକ୍ଷାରୁ ବାସନ୍ଦ କରିବାକୁ ସମାଜବାଦୀ ପାର୍ଟି ଦାବି କରିଛି । ପୂର୍ବରୁ ଆର୍‌ଆଇ-ଅମିନ, ଫରେଷ୍ଟର-ଫରେଷ୍ଟଗାର୍ଡ ଏବଂ ଏବେ ଏସଆଇ ପରୀକ୍ଷାର ସିବିଆଇ ବା ଉଚ୍ଚ ନ୍ୟାୟାଳୟର କାର୍ଯ୍ୟରତ ବିଚାରପତିଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ନ୍ୟାୟିକ ତଦନ୍ତ କରାଗଲେ ନିଯୁକ୍ତି କ୍ଷେତ୍ରରେ ସ୍ୱଚ୍ଛତା ଆସିବ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.