ରେଙ୍ଗସାପାଲି ୪୭ତମ ଦୂର୍ଗାପୂଜା 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରେଙ୍ଗସାପାଲି ଗାଁରେ ୪୭ତମ ଦୂର୍ଗାପୂଜା ମହାସମାରୋହରେ ପାଳିତ ହେଉଛି । ଗତ ସେପ୍ଟେମ୍ବର ୨୮ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଅକ୍ଟୋବର ୩ ପର୍ଯ୍ୟନ୍ତ ଚାଲିବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ରହିଛି। ଏହି ଅବସରେ ଜଗତ ଜନନୀ ମାଁ ଦୂର୍ଗାଙ୍କ ପୂଜା, ଚଣ୍ଡିପାଠ ସହ ପ୍ରତ୍ୟେକ ରାତିରେ ନାଟକ ପ୍ରଦର୍ଶିତ ହେଉଛି। ଦେବୀ ଦୁର୍ଗାଙ୍କ ଦର୍ଶନ କରିବା ପାଇଁ ସ୍ଥାନୀୟ ଅଞ୍ଚଳର ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ସମବେତ ହେଉଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.