ଗମ୍ଭାରୀମୁଣ୍ଡାରେ ଶାରଦୀୟ ଦୂର୍ଗାପୂଜା 

ଓଡ଼ିଆ ବାର୍ତ୍ତା/ ଖୋର୍ଦ୍ଧା (ବିଶ୍ବବିଜୟୀ ଦାଶ): ବାଣପୁର ବ୍ଲକର ଗମ୍ଭାରୀମୁଣ୍ଡା ଠାରେ ପ୍ରବଳ ଉତ୍ସାହ ଉଦ୍ଦୀପନା ସହ ଶାରଦୀୟ ଦୁର୍ଗାପୂଜା ଚାଲିଛି। ଆଞ୍ଚଳିକ ଶାରଦୀୟ ଦୂର୍ଗାପୂଜା କମିଟି ଆନୁକୂଲ୍ୟରେ ୨୦ବର୍ଷ ବ୍ୟାପି ନିରବଚ୍ଛିନ୍ନ ଭାବେ ଦେବୀ  ଦୁର୍ଗାଙ୍କ ପୂଜା ମହାଆଡମ୍ବରରେ ପାଳିତ ହୋଇ ଆସୁଅଛି। ଚ଼ଳିତ ବର୍ଷ ଷଷ୍ଠୀ ଦିନ ବିଲ୍ବବରଣ, ସପ୍ତମୀରେ ମହାସପ୍ତମୀ ପୂଜା, ଅଷ୍ଟମୀରେ ମହାଷ୍ଟମୀ ପୂଜା, ସନ୍ଧି ପୂଜା, ନବମୀରେ ମହାନବମୀ ପୂଜା କରାଯାଇଅଛି। ଆଜି ଦଶମୀ ପୂଜା କରାଯାଇ ଅକ୍ଟୋବର ୩ ତାରିଖରେ ଭସାଣୀ ଯାତ୍ରା ଅନୁଷ୍ଠିତ ହେବ।ଉନ୍ନତମାନର ମେଢ଼ ସାଜସଜ୍ଜା ଓ ଆଲୋକମାଳା ଭକ୍ତ ମାନଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ସନ୍ଧ୍ୟା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେଉଛି। ପ୍ରତ୍ୟେକ ଦିନ ଏହି ପୂଜା ମଣ୍ଡପରେ ବହୁ ଶ୍ରଦ୍ଧାଳୁ ଓ ଭକ୍ତ ଯୋଗଦେଇ ଦୁର୍ଗତିନାଶିନୀ, ମହିଷାମର୍ଦ୍ଦିନୀ ଜଗତଜନନୀ, ମଙ୍ଗଳମୟୀ, କରୁଣାମୟୀ ଦେବୀ ମା’ଙ୍କୁ ଦର୍ଶନ କରି ଆଶୀର୍ବାଦ ଲାଭ କରୁଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.