ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼ (ଲବଣୀ ରାଉତ): ପଞ୍ଚାୟତ ମହାବିଦ୍ୟାଳୟ ଧର୍ମଗଡ଼ର ଏନଏସଏସ କୋ-ୟୁନିଟ ଦ୍ୱାରା ‘ସେବା ପକ୍ଷ-୨୦୨୫’ ର ଅନ୍ତିମ ଦିବସ ତଥା ‘ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ’ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏନଏସଏସ କାର୍ଯ୍ୟକ୍ରମ ଅଧିକାରୀ ଗଣପତି ବାଗଙ୍କ ନେତୃତ୍ୱରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଇତିହାସ ପ୍ରାଧ୍ୟାପକ ନିମାଇଁ ଚରଣ ପାତ୍ର, ଗନ୍ଥାଗାରିକ ସରୋଜ କୁମାର ଯୋଶୀ ଉପସ୍ଥିତ ରହିବା ସହ ବୃକ୍ଷରୋପଣ କରି ସ୍ୱେଚ୍ଛାସେବୀ ମାନଙ୍କୁ ଉତ୍ସାହିତ କରିଥିଲେ । ପୂର୍ବରୁ ଏହି ଦିନ ସଫେଇ କାର୍ଯ୍ୟକ୍ରମ କରିବାର ଯୋଜନା ଥିଲା କିନ୍ତୁ ଲଘୁଚାପ ଜନିତ ବର୍ଷା ଯୋଗୁଁ ବୃକ୍ଷରୋପଣ ସହ ଗାନ୍ଧୀ ଜୟନ୍ତୀ ପାଳନ କରାଯାଇଥିବା କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ବାଗ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ସ୍ବେଛାସେବୀ ଅଭିମନ୍ୟୁ ମାଝୀ, ତପନ ପଟେଲ, ଜିତେନ୍ଦ୍ର ଗୁରୁ, ଶୁଭମ୍ ପଟେଲ, ଠଣସୁନ୍ଦର ନାଏକ, ବେଲାଲସେନ ମଟିଆଲ ଆଦି ଅଗ୍ରଣୀ ଭୂମିକା ନେଇଥିଲେ । ରଜନୀକାନ୍ତ ନାଏକ ସହଯୋଗ କରିଥିଲେ ।