ଗୋଏଲଭାଡି ୪୬ତମ ଦୁର୍ଗାପୂଜାରେ ନୃତ୍ୟ ପ୍ରତିଯୋଗିତା 

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳାନନ୍ଦ ବଗର୍ତ୍ତୀ): ସଇଁତଲା ବ୍ଲକ ଧରପଗଡ଼ ଗ୍ରାମପଞ୍ଚାୟତ ଗୋଏଲଭାଡ଼ି ଗ୍ରାମର ୪୬ତମ ଦୁର୍ଗା ପୂଜା ଅବସରରେ ଡେନ୍ସ ଡେନ୍ସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ଟିଟିଲାଗଡ଼ ବିଧାୟକ ନବୀନ କୁମାର ଜୈନ, ସମ୍ମାନିତ ଅତିଥି
ଡୋଳା ମଣି ବସ୍ତିଆ, ସର୍ବେଶ୍ଵର ପାତ୍ର, ସାମ୍ବାଦିକ ଗୋକୁଳା ନନ୍ଦ ବଗର୍ତ୍ତୀ ମଞ୍ଚାସିନ ହୋଇଥିଲେ। ଦୁର୍ଗା ପୂଜା କମିଟିର ସଭାପତି ବେଣୁଧର ଚନ୍ଦନ, ସମ୍ପାଦକ ଦିଲୀପ ଠାକୁର, କୋଷାଧ୍ୟକ୍ଷ ଚିତ୍ତରଞ୍ଜନ ପଟେଲ, ଡୋଳାମଣି ପାତ୍ର, ରାହୁଲ ଠାକୁର,
ଆର୍ତ୍ତତ୍ରାଣ ବାଗ, କମଳ ଠାକୁର, ଟୁଲୁ ବଉକ୍, ଲିଲୁ ଠାକୁର, ପରଖିତ ପଧାନ, ପରମେଶ୍ୱର୍ ପାତ୍ର, ଦେବରାଜ ଠାକୁର,  ନରେନ୍ଦ୍ର ବିଶି, ଗଣେଶ ନାଏକ୍, ମନୋଜ ବାଗ, ନୀତେଶ ଠାକୁର, ଅନିଲ ପାତ୍ର, ବିରଞ୍ଚି ଠାକୁର୍ ସିବୁ ବିଶି ମାଝୀ, ବାବଲୁ ବଉକ, ଗିରିଧାରୀ ବଗର୍ତ୍ତୀ, ଅକ୍ଷୟ ପୁଟେଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ପ୍ରଥମ ପୁରସ୍କାର କ୍ରେଜି ଗାର୍ଲ୍ ଡାନ୍ସଗ୍ରୁପ କୁସମାଲ, ଦୃତୀୟ ପୁରସ୍କାର ସାଇନିଙ୍ଗ ଡାନ୍ସ ଟିଟିଲାଗଡ, ତୃତୀୟ ପୁରସ୍କାର ଭଗ୍ୟଶ୍ରି ବରଗଡ଼ ପାଇଥିଲେ। ନୃତ୍ୟ ପ୍ରତିଯୋଗିତାର ବିଚାରକ ଭାବରେ ଜିତ୍ ଏବଂ ମିସ ସୋମା ଥିବାବେଳେ ମଞ୍ଚ ପରିଚାଳନା କରିଥିଲେ ରାଜେନ୍ଦ୍ର ଖମାରୀ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.