ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ କରମତଲା ଗ୍ରାମରେ ଷଢ଼ବଂଶୀ କ୍ଷତ୍ରୀୟ ସମାଜ, କରମତଲା ଆନୁକୂଲ୍ୟରେ ବିଜୟା ଦଶମୀ ପାଳନ ଅବସରରେ ମଶାଲ ଓ ଖଣ୍ଡା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି | ଏଥିରେ ଗୌନ୍ତିଆ ରାଜକିଶୋର ସିଂ ବୁଡ଼େକ କର୍ତ୍ତା ରହିଥିବା ବେଳେ ଲଟୁ ବୁଡ଼େକ, ରମେଶ ବର୍ଗେ ପୂଜାର୍ଚ୍ଚନା କରିଥିଲେ | ଗିରି ଗୋବର୍ଦ୍ଧନ ମନ୍ଦିର ନିକଟସ୍ଥ ଖଳାରେ ମା’ ସମଲେଶ୍ୱରୀ, ମା’ ପାଟଖଣ୍ଡା, ମା’ ପାଟଣେଶ୍ୱରୀଙ୍କ ପୂଜାର୍ଚ୍ଚନା କରାଯାଇଥିଲା | ଏହା ପରେ ଗ୍ରାମରେ ଅନୁଷ୍ଠିତ ଶୋଭାଯାତ୍ରାରେ ସମାଜ ସଭାପତି ଉଦ୍ଧବ ବର୍ଗେ, ଉପସଭାପତି ବୃନ୍ଦାବନ ନାଏକ, ସମ୍ପାଦକ ପିତାମ୍ବର ବୁଡ଼େକ, ସହ ସମ୍ପାଦକ ଧର୍ମସିଂହ ଦଳେଇ, କୋଷାଧକ୍ଷ ଉପେନ୍ଦ୍ର ବୁଡ଼େକଙ୍କ ସମେତ ଶତାଧିକ ସଦସ୍ୟ ସଦସ୍ୟା ସାମିଲ ହୋଇଥିଲେ |