ଓଡ଼ିଆ ବାର୍ତ୍ତା/ ସଇଁତଲା: ସଇଁତଲା ବ୍ଲକ ଅନ୍ତର୍ଗତ ଶିଷକେଲା ଗ୍ରାମ ଠାରେ ମା ସୁରଜ ମଣି ଘଣ୍ଟାସୁଣୀ ଙ୍କ ର ବାର୍ଷିକ ଦଶହରା ଯାତ୍ରା ଭକ୍ତିପୂର୍ଣ ପରିବେଶ ମଧ୍ୟ ରେ ମହାସମାରୋହ ରେ ପାଳିତ ହୋଇଯାଇଛି। ମା ଙ୍କ ଦଶହରା ଯାତ୍ରା ପାଇଁ ଚଳଚଞ୍ଚଳ ହୋଇଥିଲା ଶିଷକେଲା ଗ୍ରାମ। ମାଙ୍କର ନଗର ଭ୍ରମଣ, ମାନସିକଧାରୀ ଙ୍କ ମନସ୍କାମନା ପୂରଣ ପାଇଁ ପୂଜାର୍ଚନା ପରେ ଗୋନ୍ତିଆ ପଡା ସ୍ଥିତ ମା ଙ୍କ ଅସ୍ଥାନ ଠାରୁ ବାହାରି ଗୋନ୍ତିଆ ହାତୀରାମ ମାଝୀ ଦେବୀ ଙ୍କ ଛତର ପ୍ରତିମା କୁ ଧାରଣ କରି ଶ୍ରଦ୍ଧାଳୁ ଭକ୍ତ ଓ ସଂକୃତିକ ଦଳ ସହ ନଗର ପରିକ୍ରମା କରି ମୁଖ୍ୟ ମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ। ମୁଖ୍ୟ ମନ୍ଦିର ଠାରେ ମା ଘଣ୍ଟାସୁଣୀ ଶ୍ରଦ୍ଧାଳୁ ଭକ୍ତ ବୃନ୍ଦ ଙ୍କ ହାରି ଗୁହାରି ଶୁଣି ଥିଲେ। ମାନସିକଧାରୀ ଭକ୍ତ ମାନେ ବୋଦା, କୁକୁଡ଼ା ଓ ପୋଢ଼ ବଳି ଦେଇଥିଲେ। ହଜାର ହଜାର ଶ୍ରଦ୍ଧାଳୁ ମା ଙ୍କର ଦର୍ଶନ କରିଥିଲେ।ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବେଲଗାଁ ଫାଣ୍ଡି ଅଧିକାରୀଙ୍କ ତତ୍ୱାବଧାନରେ ପୋଲିସ ଫୋର୍ସ ମୁତୟନ ହୋଇ ଥିଲେ।