ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ରୁପ୍ରାରୋଡ ଠାରେ ଚାଲିଥିଲା ନବରାତ୍ର ଦୁର୍ଗାପୂଜା। ଗୁରୁବାର ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ପୂର୍ଣ୍ଣାହୁତି ପଡ଼ିଥିବା ବେଳେ ସନ୍ଧ୍ୟା ୫ ଘଣ୍ଟା ସମୟରେ ଅନୁଷ୍ଠିତ ହୋଇଥିଲା ଭଷାଣୀ ଯାତ୍ରା। ଲଘୁଚାପ ଜନିତ ବର୍ଷା ସକାଳୁ ଲାଗି ରହିଥିବାରୁ ପାଣି କାଦୁଅରେ ମା ଜଗଜ୍ଜନନୀଙ୍କୁ ବିଦାୟ ଦେଇଛନ୍ତି ଶ୍ରଦ୍ଧାଳୁ ଓ ଭକ୍ତ। ରୁପ୍ରାରୋଡ ଦୁର୍ଗାପୂଜା କମିଟିର ସଭାପତି ଓମ ପ୍ରକାଶ ଅଗ୍ରୱାଲଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବରିଷ୍ଠ ସଦସ୍ୟ ବଣ୍ଟି ଖେତାନ, ଆଲୋକ ଅଗ୍ରୱାଲ, ମନୋଜ ଅଗ୍ରୱାଲ, ରତନ ଅଗ୍ରୱାଲ, ଦିନେଶ ଅଗ୍ରୱାଲ, ଭାରତୀ ମହାନ୍ତି, ନୀରଜ ଶର୍ମା, ଦୀପକ ଅଗ୍ରୱାଲ, ଅନୀଲ ଅଗ୍ରୱାଲ, ଧିରେନ୍ଦ୍ର ଖେତାନ ପ୍ରମୁଖଙ୍କ ସହ କମିଟିର କାର୍ଯ୍ୟକର୍ତ୍ତା ଏବଂ ସଦସ୍ୟବୃନ୍ଦ ଭଷାଣୀ ଉତ୍ସବ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପ୍ରତିକୂଳ ପାଗ ସତ୍ବେ ଶତାଧିକ ଶ୍ରଦ୍ଧାଳୁ ମା’ଙ୍କୁ ଭବ୍ୟ ପଟୁଆରରେ ନେଇ ବଳବସପୁର ପୋଖରୀରେ ବିସର୍ଜନ କରିଥିଲେ। ଭଷାଣୀ ପର୍ବରେ ଏଥରକ ମୁଖ୍ୟ ଆକର୍ଷଣ ରହିଥିଲା ରୁପ୍ରାରୋଡ ଯୁବ ଗୋଷ୍ଠୀଙ୍କ ସ୍ଵତନ୍ତ୍ର “ଘଣ୍ଟ ଦଳ”। ଶାନ୍ତି ଶୃଙ୍ଖଳାର ସହ ଦୀର୍ଘ ୧୦ ଦିନ ଧରି ପୂଜା ପରିଚାଳନାରେ ସହଯୋଗ କରିଥିବାରୁ କମିଟିର ସଦସ୍ୟ ବୃନ୍ଦ ଓ ରୁପ୍ରାରୋଡ଼ ଅଞ୍ଚଳବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ରୁପ୍ରାରୋଡ ଦୁର୍ଗାପୂଜା କମିଟିର ସଭାପତି ଏବଂ କର୍ମକର୍ତ୍ତା।