ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ସାନ୍ଦୁଲ ନଦୀରେ ଦୀର୍ଘ ୮ ବର୍ଷ ପରେ ବଢ଼ି ପାଣି ଆସିଛି। ଏହି ବର୍ଷା ସିଜନରେ ତିନି ତିନି ଗୋଟି ଲଘୁଚାପ ଗଲା ହେଲେ ବର୍ଷା ନାହିଁ କି ପାଣି ନାହିଁ। ଗତ ଦୁଇ ଦିନ ଧରି ଲଘୁଚାପ ଜନିତ ପ୍ରବଳ ବର୍ଷାରେ ସାନ୍ଦୁଲ ନଦୀରେ ବଢ଼ି ପାଣି ଆସିଛି। ଏହାକୁ ଦେଖିବା ପାଇଁ ସାନ୍ଦୁଲ ବ୍ରିଜ ଉପରେ ସକାଳୁ ଦେଖଣାହାରୀଙ୍କ ଭିଡ ପରିଲକ୍ଷିତ ହୋଇଥିଲା। ଗତ ୨୦୧୭ ରେ ସାନ୍ଦୁଲ ନଦୀରେ ପ୍ରବଳ ବନ୍ୟା ହୋଇଥିଲା। ଏଥିରେ ରୁପ୍ରାରୋଡ଼ ବ୍ରିଜ ଦୁଇପଟେ ଧୋଇନେବା ଫଳରେ ବଡ ଘାଇ ସୃଷ୍ଟି ହୋଇ ନର୍ଲା ରୁପ୍ରାରୋଡ଼ ଓ କେସିଙ୍ଗାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ୨୦୧୭ ପରେ ସାନ୍ଦୁଲ ନଦୀରେ ଆଉ ବନ୍ୟା ହୋଇ ନଥିଲା। ଏଣୁ ଦୀର୍ଘ ୮ ବର୍ଷ ପରେ ନଦୀ ଫୁଲିକି ବନ୍ୟା ଜଳ ଆସିଥିବାରୁ ଲୋକଙ୍କ ମଧ୍ୟରେ ଉତ୍ସୁକତା ଦେଖା ଦେଇଛି। ସାନ୍ଦୁଲ ନଦୀରେ ବନ୍ୟା ଦେଖିବା ପାଇଁ ଲୋକଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଛି।