ଶିକ୍ଷକ ସଙ୍ଘର ସାଂଗଠନିକ ବୈଠକ

ଓଡ଼ିଆ ବାର୍ତ୍ତା/ କଣ୍ଟାମାଳ: କଣ୍ଟାମାଳ ବ୍ଲକ ଏକ୍ସକ୍ୟାଡ଼ର ସଙ୍ଘର ଏକ ସାଂଗଠନିକ ବୈଠକ କଣ୍ଟାମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାର ବ୍ଲକ ସଭାପତି ରତ୍ନନିଧି ଖମାରୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ମୁଖ୍ୟଅତିଥି ଭାବେ ବୌଦ୍ଧ ଜିଲ୍ଲା ସଙ୍ଘର ସଭାପତି ରଂଜୁ ଅମାତ ଯୋଗଦେଇ ସମସ୍ତେ କିପରି କ୍ୟାଡ଼ର ଭୁକ୍ତ ହେବେ ଏବଂ ତା 07-05-25 ମସିହାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପତ୍ର କୁ କାର୍ଯ୍ୟକାରୀ କରିବା, ସିଆରସିସି ଚୟନ ରେ ଏକ୍ସକ୍ୟାଡ଼ର ଶିକ୍ଷକଙ୍କୁ ସାମିଲ କରିବା ପାଇଁ ସରକାରୀ ସ୍ତରରେ କିପରି ତ୍ୱରାନିତ୍ୱ ହୋଇପାରିବ ସେ ସମ୍ପର୍କରେ କହିଥିଲେ।

ବ୍ଲକ ସଙ୍ଘର ସମ୍ପାଦକ କେଶବ ପ୍ରଧାନ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସହ ସଂଗଠନ କୁ ତୃଣମୂଳ ସ୍ତରରୁ ମଜବୁତ କରିବାକୁ ଆହ୍ୱାନ ଦେଇଥିଲେ।

କୋଷାଧକ୍ଷ ନରେଶ ଚନ୍ଦ୍ର କର୍ମି ସଂଘକୁ ପୁର୍ନଗଠନ କରିବାକୁ ପ୍ରସ୍ତାବ ଦେଇଥିଲେ ପ୍ରସ୍ତାବ କ୍ରମେ କାର୍ଯ୍ୟକାରୀ ସଭାପତି ଭାବେ ରଂଜନ ଗରିଆ ଓ ଯୁଗ୍ମ ସମ୍ପାଦକ ଭାବେ ଗୌତମ ସିଂ ଙ୍କୁ ସର୍ବ ସମ୍ମତି କ୍ରମେ ମନୋନୀତ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଚମରୁ ବାଗ, ତରଣୀ ରଞ୍ଜନ ସାହୁ, ପ୍ରଶାନ୍ତ ବିଭାର, ମହାଦେବ ବଘାର, ପ୍ରଫୁଲ୍ଲ ବାଘ, ସପ୍ତେଶ୍ୱର ପରଡିଆ, ସୁଦାମ କର୍ଣ, ବିଶ୍ଵାମିତ୍ର ରାଜହଂସ, ସଚ୍ଚିଦାନନ୍ଦ ପ୍ରଧାନ, ବିସିକେଶନ ପ୍ରଧାନ, ପଦ୍ମଚରଣ ପ୍ରଧାନ, ସରୋଜ ରଣା, କ୍ଷୀରୋଦ ପ୍ରଧାନ ପ୍ରମୁଖ ଯୋଗଦେଇ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ଶେଷରେ ହରିଶଙ୍କର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.