ଟିକ୍ରାପଡ଼ାରେ ୨୯ତମ ନାଗବାଚା ଯାତ୍ରା

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଳା ବ୍ଲକ ଟିକ୍ରାପଡ଼ା ସ୍ଥିତ ନାଗବାଚା ଗୁଡ଼ିରେ ୨୯ତମ ନାଗବାଚା ଯାତ୍ରା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ନିକଟସ୍ଥ ଲାନ୍ଥ ନଦୀ ତଟରେ ପାରମ୍ପରିକ ରୀତିନୀତି ଅନୁଯାୟୀ ଘାଟ ପୂଜା କରାଯାଇଥିଲା। ଆକାଶ କଲେତ, ପ୍ରହ୍ଲାଦ ନାଗ, ସୁଭାଷ କଲେତ, ଲଳିତ କଲେତ ପ୍ରମୁଖ ବରୁଆଙ୍କ ଶରୀରରେ ଚଣ୍ଡି, ଦୁର୍ଗା, କାଳୀ, ମହାଦେବ, ଭଏଁରୋ, ଲାନ୍ଥବୁଢା ଆଦି ଦେବୀ ଦେବତାଙ୍କ ପ୍ରବେଶ କରିଥିଲେ। ଏହା ପରେ ଗ୍ରାମ ପରିକ୍ରମା କରାଯାଇଥିଲା। ସରପଞ୍ଚ ନରେନ୍ଦ୍ର କଲେତଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୁରୁ ଯୋଗୀ ରଣା, ବିଶ୍ୱମ୍ଭର କଲେତ ମାର୍ଗଦର୍ଶକ ରହିଥିଲେ। ରାଜିନ କଲେତ, ଭଗି ତାଣ୍ଡି, ନିରଞ୍ଜନ କଲେତ କର୍ତ୍ତା ତଥା ଖଗେ କଲେତ ପୂଜକ ଦାୟିତ୍ୱ ନିର୍ବାହ କରିଥିଲେ। ରାମ ତାଣ୍ଡି, ରାଜକୁମର କଲେତ, ଢେଲା କଲେତ, ସୁରିନ କଲେତ, କାଳିଆ ତାଣ୍ଡି, କଳାପିକ କଲେତ, ରାକେଶ ତାଣ୍ଡି, ବୁଡ଼ୁ ସେଠ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.