ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ଠାରେ ଜାତୀୟ ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ ସାମାଜିକ ସଂଗଠନ ‘ମୁନ କମ୍ୟୁନିକେସନ’ ପକ୍ଷରୁ ପାଳିତ ହୋଇଯାଇଛି l ସପ୍ତାହ ବ୍ୟାପୀ ଏହି କାର୍ଯ୍ୟକ୍ରମରେ ବନ୍ୟଜନ୍ତୁ ସୁରକ୍ଷା ସମ୍ବନ୍ଧୀୟ ଏକ ସାଇକେଲ୍ ରାଲି ‘ମୁନ୍ କମ୍ୟୁନିକେସନ୍’ର ସମ୍ପାଦକ ଅବନୀ କୁମାର ଜେନାଙ୍କ ନେତୃତ୍ୱରେ ରଣସାହି, ହିଡିଗାଁ, ସାରଗାଁ, ଗୁଡ଼ୁ ଗ୍ରାମ ପଞ୍ଚାୟତ ପରିକ୍ରମା କରିଥିଲା l କାର୍ଯ୍ୟକ୍ରମରେ ଶ୍ରୀ ଜଳଧର ବେହେରା, ଶ୍ରୀ ରେଜେନ୍ଦ୍ର ବେହେରା, ଶ୍ରୀ ଜଗନ୍ନାଥ ବେହେରା, ଶ୍ରୀ କାର୍ତ୍ତିକ ଚନ୍ଦ୍ର ନାୟକ, ଶ୍ରୀ ସୂର୍ଯ୍ୟ ପ୍ରସାଦ ମାହାନ୍ତି, ଶ୍ରୀ ଅମ୍ବିକା ପ୍ରସାଦ ନାୟକ ଯୋଗ ଦେଇ ବନ୍ୟଜନ୍ତୁଙ୍କ ପାଇଁ ଜଙ୍ଗଲର ସୁରକ୍ଷା ସହ ଆକାର ବୃଦ୍ଧି ପାଇଁ ବ୍ୟାପକ ବୃକ୍ଷ ରୋପଣ କରିବାକୁ ସମସ୍ତଙ୍କୁ ନିବେଦନ କରାଇଥିଲେ l ବର୍ଷା ଋତୁରେ ଗ୍ରାମାଞ୍ଚଳରେ ସାପ କାମୁଡାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ହେତୁ ଆକ୍ରାନ୍ତକୁ ଅନ୍ଧବିଶ୍ୱାସ ଶିକାର ନହୋଇ ଡାକ୍ତର ଖାନାର ସାହାଯ୍ୟ ନେବାକୁ କୁହାଯାଇ ଥିଲା। ମହିଁଶାଳୀ ମୁହାଣ ଠାରେ ନୀଳ ରକ୍ତ କଙ୍କଡା ସୁରକ୍ଷା କାର୍ଯ୍ୟକ୍ରମରେ ଅତିଥି ଭାବେ ଶ୍ରୀ ମୁରଲୀଧର ମହାନ୍ତି ଯୋଗ ଦେଇ ନୀଳରକ୍ତ କଙ୍କଡାର ଜୀବନଶୈଳୀ ସମ୍ପର୍କରେ ଆଲୋଚନା କରି ଏମାନଙ୍କରର ଜାଲ ଦ୍ୱାରା ମନୁଷ୍ୟକୃତ ମୃତ୍ୟୁ ସଂଖ୍ୟାକୁ କିପରି ରୋକା ଯାଇ ପାରିବ ସେ ସମ୍ପର୍କରେ ମତ୍ସଜିବୀଙ୍କୁ ସଚେତନ କରାଇ ଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ଯୁବ ଅନୁଷ୍ଠାନର ସଦସ୍ୟମାନେ ସହଯୋଗ କରିଥିଲେ l