ବାଲେଶ୍ବର ଜିଲ୍ଲାରେ ଆରମ୍ଭ ହେଲା ଷଷ୍ଠ ପର୍ଯ୍ୟାୟ ସନ୍ତରଣ ପ୍ରଶିକ୍ଷଣ ଶିବିର

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଆନୁକୁଲ୍ୟରେ ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ ସ୍ଥାନୀୟ ପଦ୍ମାବତୀ ଜଳ ଉଦ୍ୟାନ ସଭାଗୃହ ଠାରେ ଯୁବପିଢିଙ୍କ ପାଇଁ ସନ୍ତରଣ ଓ ପାଣିରେ ବୁଡ଼ି ବଞ୍ଚିବାର ମୌଳିକ କୌଶଳ ସମ୍ବନ୍ଧୀୟ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ବାଲେଶ୍ଵର ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ଜେନା, ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ବାଲେଶ୍ଵର ଜରୁରୀକାଳୀନ ଅଧିକାରୀ, ଶ୍ରୀ ସାଇ କୃଷ୍ଣ ଜେନା, ଓଡ୍ରାଫ୍ ଅଧିକାରୀ ଶ୍ରୀ ମନୋରଞ୍ଜନ ବେହେରା ଓ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଶ୍ରୀ ଅବନୀ କାନ୍ତି ଭୂୟାଁ ପ୍ରମୁଖ ମଞ୍ଚାସୀନ ଥିଲେ। ପାଣିରେ ବୁଡି କୌଣସି ପ୍ରାଣହାନୀ ଜନିତ ଦୁର୍ଘଟଣାକୁ ଏଡ଼ାଇବା ନିମନ୍ତେ ରାଜ୍ୟ ସରକାରଙ୍କ ଏହି ପ୍ରୟାସ ଯୁବପିଢ଼ିଙ୍କ ପାଇଁ ଉପଯୋଗୀ ହେବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।

ଚତୁର୍ଥ ପର୍ଯ୍ୟାୟରେ ଚଳିତ ମାସ ୦୮ ରୁ ୧୩ ତାରିଖ ପର୍ଯ୍ୟନ୍ତ ୩୦ ଜଣିଆ ଅଂଶ ଗ୍ରହଣକାରୀଙ୍କୁ ଓଡ୍ରାଫ୍ ଟିମ୍ ଦ୍ବାରା ପ୍ରଶିକ୍ଷଣ ପ୍ରଦାନ କରାଯିବ। ୧୦ଟି ଦଳର ମୋଟ ୩୦୦ ଜଣ ଅଂଶ ଗ୍ରହଣକାରୀଙ୍କୁ ସ୍ଥାନୀୟ ବାଲେଶ୍ବର ଓଡ୍ରାଫ୍ ଟିମ୍ ପ୍ରଶିକ୍ଷଣ ଦେବେ।

ବାଲେଶ୍ବରରୁ ୨୦ ଜଣିଆ ଓଡ୍ରାଫ୍ ଟିମ୍ ଜିଲ୍ଲାରେ ଏହି ପ୍ରଶିକ୍ଷଣ ନିମନ୍ତେ ଯୋଗ ଦେଇଛନ୍ତି। ଜରୁରୀ କାଳୀନ ବିଭାଗର ଜିଲ୍ଲା ପ୍ରକଳ୍ପ ଅଧିକାରୀ ଶ୍ରୀ ଅବନୀ କାନ୍ତ ଭୂୟାଁ ଓ ନେହେର ଯୁବ କେନ୍ଦ୍ରର ସଂଯୋଜକ ଶ୍ରୀ ବିକ୍ରମ ବାରିକ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.