ଶିକାରୀ ମୃତ୍ୟୁ ଘଟଣାରେ ଜଣେ କୋର୍ଟ ଚାଲାଣ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଶିକାରୀ ମୃତ୍ୟୁ ଘଟଣାରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ନର୍ଲା ପୁଲିସ। ସୂଚନାଯୋଗ୍ୟ ହାତ ତିଆରି ଦେଶୀ ବନ୍ଧୁକ ଧରି ଚାରି ଜଣ ମିଶି ଜଙ୍ଗଲକୁ ଶିକାର କରିବାକୁ ଯାଇଥିଲେ। ୩ଜଣ ଘରକୁ ଫେରିଥ‌ିବା ବେଳେ ଜଣେ ପ୍ରାଣ ହରାଇଲେ। ଏଭଳି ଏକ ଘଟଣା କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ କଦମ୍ବଗୁଡ଼ା ପଞ୍ଚାୟତ ତଥା ନର୍ଲା ଥାନା ଅନ୍ତର୍ଗତ ଖୀକ୍ସାଭଟା ଗାଁରେ ଘଟିଥିଲା। ଗାଁର ସଦା ଗୌଡ ନିଜର ତିନିଜଣ ସାଙ୍ଗ ଲଛମନ ଗଉଡ, ଯଦୁମଣି ଗଉଡ଼ ଓ ଗୋପୀନାଥ ଗଉଡ଼ ସହିତ ମିଶି ଶନିବାର ସକାଳୁ ଗାଁକୁ ଲାଗିଥିବା ଜଙ୍ଗଲକୁ ଶିକାର କରିବାକୁ ଯାଇଥିଲେ। ଦିନସାରା ବୁଲି ବୁଲି କିଛି ନ ପାଇବାରୁ ପାଖରେ ଥ‌ିବା ପଖାଳକୁ ଖାଇସାରି ପୁଣି ଜନ୍ତୁ ଖୋଜିବାକୁ ବାହାରିଥିଲେ। ସେଇ ସମୟରେ ସଦା ନିଜେ ଧରିଥିବା ବନ୍ଧୁକରୁ ଗୁଳି ଫୁଟି ତାଙ୍କ ମୃତ୍ୟୁ ଘଟିଥ‌ିବା ଅଭିଯୁକ୍ତମାନେ କହିଥିଲେ। ଘଟଣା ସମ୍ପର୍କରେ ଖବର ପାଇ କେସିଙ୍ଗା ଏସଡିପିଓ ସନ୍ଦୀପ ମାଝୀଙ୍କ ସମେତ ନର୍ଲା ଥାନାଧିକାରୀ ବିଜୟରାଜ ମାଝୀ ଓ ସିକେରକୁପା ଫାଣ୍ଡି ଅଧିକାରୀ ମୁରଲୀ ମୋହନ ପିଡିକାଙ୍କ ନେତୃତ୍ବରେ ପୁଲିସ ପହଞ୍ଚି ଶବ ଜବତ କରିବା ସହିତ ତଦନ୍ତ କରି ତିନିଜଣ ସନ୍ଦିଗ୍ଧକୁ ଗିରଫ କରି ପଚରାଉଚରା କରିବା ପରେ ପାହାଡ଼ରୁ ଓହ୍ଲାଉଥିବା ସମୟରେ ପଛରେ ଚାଲୁଥିବା ଲଛମନ କୁଆଡେ ଏକ ପଥରରେ ଖସିପଡ଼ିଥିଲେ। ସେଇ ସମୟରେ ଲଛମନ୍ ଧରିଥିବା ବନ୍ଧୁକରୁ ଗୁଳି ଫୁଟି ଆଗରେ ଚାଲୁଥିବା ସଦାର ଦେହକୁ ଭେଦି ବାହାରି ଯିବାରୁ ତାଙ୍କର ସେଠାରେ ହିଁ ମୃତ୍ୟୁ ଘଟିଥିବା ଅଭିଯୁକ୍ତ ଲଛମନ ସ୍ବାକାର କରିଥିବା ନର୍ଲା ପୁଲିସ ପ୍ରକାଶ କରିଛି। ଘଟଣାରେ ଲଛମନ ଗୌଡ (୪୫) କୁ ଗିରଫ କରି ମଦନପୁର ରାମପୁର କୋର୍ଟକୁ ଚାଲଣ ସହ ଦେଶୀ ବନ୍ଧୁକ ମଧ୍ୟ ଜବତ କରାଯାଇଛି ବୋଲି ପୁଲିସ ପକ୍ଷରୁ ସୂଚନା ମିଲଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.