ବିଦାୟ ନେଲେ ମା ଗଜଲକ୍ଷ୍ମୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବସଷ୍ଟାଣ୍ଡ ଠାରେ ବ୍ୟବସାୟୀଙ୍କ ତରଫରୁ ଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଥଲା। ବୁଧବାର ସକାଳ ୧୦ ଘଣ୍ଟା ସମୟରେ ପୂର୍ଣ୍ଣାହୂତି ପଡ଼ିବା ସହ ଅପରାହ୍ନ ୬ ଟା ବେଳେ ସ୍ଥାନୀୟ ରାଣିବନ୍ଧ ଠାରେ ବିସର୍ଜନ କରାଯାଇଅଛି। ଅପରାହ୍ନ ୩ ଘଣ୍ଟା ସମୟରେ ମା ଗଜଲକ୍ଷ୍ମୀଙ୍କୁ ସୁସଜ୍ଜିତ ଖୋଲା ଗାଡ଼ିରେ ନେଇ ଆତସବାଜି କରି, ଅବିର ଖେଳି ଡିଜେ ବାଜାର ତାଳେ ତାଳେ କମିଟି ସଦସ୍ୟ ମାନେ ନୃତ୍ୟ କରି ଏକ ଭବ୍ୟ ପଟୁଆରରେ ନର୍ଲା ନଗର ପରିକ୍ରମା କରି ମା ଗଜଲକ୍ଷ୍ମୀଙ୍କୁ ସ୍ଥାନୀୟ ରାଣୀ ବନ୍ଧ ଠାରେ ବିସର୍ଜନ କରିଥିଲେ। ବ୍ୟବସାୟୀଙ୍କ ଗଜଲକ୍ଷ୍ମୀ ପୂଜା ପାଇଁ ଗତ ରବିବାର ଅପରାହ୍ନରେ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ସୋମବାର ଓ ମଙ୍ଗଳବାର ଦୁଇଦିନ ଧରି ପୂଜା ଚାଲିଥିଲା। ଗଜଲକ୍ଷ୍ମୀ ପୂଜା କମିଟିର ସଭାପତି ଶଙ୍କର ସାହୁ, ଉପ ସଭାପତି ଅଜୟ ପଣ୍ଡା, ସମ୍ପାଦକ ପ୍ରିତମ ସାହୁ, କୋଷାଧ୍ୟକ୍ଷ ଶ୍ରୀତମ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପୂଜାର ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ କମିଟିର ବରିଷ୍ଠ ସଦସ୍ୟ ସୁବୋଧ ମିଶ୍ର, ସଞ୍ଜୟ କୁମାର ପଣ୍ଡା, ନିକୁଞ୍ଜ ଦତ୍ତା, କାନ୍ତୁ ସାହୁ, ପିଣ୍ଟୁ କମାନୀ, ରାଜେଶ ଅଗ୍ରୱାଲ, ପ୍ରସାଦ ଗାବଲି, ରାଜା ଅଗ୍ରୱାଲ, ଆକାଶ ଖେତାନ, ଶୁଭମ ଅଗ୍ରୱାଲା, ଗୋଲୁ ଖେତାନ, ଚିନ୍ମୟ ଚାନ୍ଦ, ପୁରବ ଅଗ୍ରୱାଲ, ଅଶୋକ ପ୍ରଧାନୀ, ଦେବା ପଟ୍ଟନାୟକ ପ୍ରମୁଖ ବିଭିନ୍ନ ଦାଇତ୍ୱରେ ରହି ପୂଜା ପରିଚାଳନା କରିଥିଲେ। କର୍ତ୍ତା ଭାବରେ ପଦ୍ମିନୀ ପଣ୍ଡା ଓ ବିଜୟ କୁମାର ପଣ୍ଡା ଦାୟୀତ୍ୱ ନିର୍ବାହନ କରିଥିଲେ। ଶାନ୍ତି ଶୃଙ୍ଖଳାର ସହ ପୂଜା ଅନୁଷ୍ଠିତ ହୋଇଥିବାରୁ କମିଟି ସଦସ୍ୟ ଓ ଜନସାଧାରଣଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ପରିଚାଳନା କମିଟିର କର୍ମକର୍ତ୍ତା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.