ସ୍ବରସ୍ବତୀ ଶିଶୁ ବିଦ୍ୟାମନ୍ଦିର ବ୍ରଜବିହାର ଠାରେ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳନ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ବ୍ରଜବିହାର ଠାରେ ଗୋପବନ୍ଧୁ ଜୟନ୍ତି ପାଳିତ ହୋଇଯାଇଛି। ସ୍ୱାଗତ ସଂଗୀତ ଗାନକରିଥିଲେ ଶିଶୁ ଭାଇଭଉଣୀ ଏବଂ ସହଯୋଗ କରିଥିଲେ ଶ୍ରୀ ଶିବ ପ୍ରଧାନ। କାର୍ଯ୍ୟକ୍ରମଟି ପରିଚାଳିତ ହୋଇଥିଲା ଅନୁଷ୍ଠାନର ପ୍ରଧାନଆଚାର୍ଯ୍ୟ ଶ୍ରୀଯୁକ୍ତ ମନୋଜ କୁମାର ମୁଣ୍ଡଙ୍କ ଏବଂ କାର୍ଯ୍ୟକ୍ରମର ପ୍ରମୁଖଙ୍କ ଦ୍ୱାରା ଏବଂ ସେ ଦିବସକୁ ନେଇ ସୁନ୍ଦର ଭାବରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଗୋପବନ୍ଧୁଙ୍କ ଜୀବନତତ୍ତ୍ୱ, ସେବା ମନବୃତ୍ତି କେତେ ଆତ୍ମକେନ୍ଦ୍ରିକ ଥିଲା ତାହା ଶିଶୁଙ୍କ ପାଖରେ ବାଢିଥିଲେ। ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ଥିଲେ ଶ୍ରୀ ସୁଶାନ୍ତ ବାରିକ। ଗୋପବନ୍ଧୁ ଦାସଙ୍କୁ କାହିଁକି ମନେ ପକାଇବା ସେହିବିଷୟରେ ସୁନ୍ଦର ତଥ୍ୟକୁ ନିଜ ବକ୍ତ୍ୟବରେ ପ୍ରଦାନ କରିଥିଲେ। ଉତ୍କଳର ମଣି ସେ ଏବଂ ଉତ୍କଳପ୍ରଦେଶ ଗଠନରେ ଭୂମିକା ଥିଲା କିପରି ବୁଝାଇ କହିଥିଲେ। ସେବା ମନୋଭାବ ଆମ ମନରେ ଜାଗ୍ରତ ହେଉ ଏହାହିଁ ସନ୍ଦେଶ ଦେଇଥିଲେ। ଦଶମ ଶ୍ରେଣୀର ଭାଇ ଶିବାନନ୍ଦ ବାରିକ ମଧ୍ୟ ଅଭିଭାଷଣ ଦେଇଥିଲେ। ମଞ୍ଚ ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ ଶ୍ରୀମତୀ ରଶ୍ମିତା ପଣ୍ଡା। ବିଦ୍ୟମନ୍ଦିର ପ୍ରମୁଖ ଶ୍ରୀ ସୁଧୀର ନେଗୀ, ପ୍ରଧାନଆଚାର୍ଯ୍ୟ ଏବଂ ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗ ରେ ଦଶମଶ୍ରେଣୀର ଭାଇଭଉଣୀ ମାନଙ୍କ ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ହୋଇଥିଲା। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.