ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳସ୍ତର ସବୋର୍ଚ୍ଚ ସ୍ତର ଛୁଇଁଲା

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଚଳିତ ବର୍ଷ ଲଘୁଚାପ ଜନିତ ବର୍ଷା ହେବା ଫଳରେ କଳାହାଣ୍ଡି ଜିଲ୍ଲା ଇନ୍ଦ୍ରାବତୀ ଜଳଭଣ୍ଡାର ର ଜଳସ୍ତର ସର୍ବୋଚ୍ଚ ସିମା ଛୁଇଁଥିବା ଆକଳନ କରାଯିଇଥିବା ବେଳେ ଆସନ୍ତା ରବିଚାଷ ପାଇଁ ଶୁଭଙ୍କର ହେବ ବୋଲି କୁହାଯାଉଛି।ବିଗତ ଚାରି ବର୍ଷର ବ୍ୟବଧାନ ପରେ ଏହି ବର୍ଷ ଜଳଭଣ୍ଡାର ପୂର୍ଣ୍ଣ ହୋଇଥିବା ବେଳେ ଇନ୍ଦ୍ରାବତୀ ନଦୀ ଗର୍ଭ କୁ ପାଣି ଛାଡିବା ପରିବର୍ତ୍ତେ ପ୍ରକଳ୍ପରୁ ସର୍ବାଧିକ ୬୦୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ କରିଥିବା ବିଭାଗ ଠାରୁ ସୁଚନା ମିଳିଛି। ଗତବର୍ଷ ଇନ୍ଦ୍ରାବତୀ ଜଳଭଣ୍ଡାର ରେ ୬୩୬.୮୮ମିଟର ଜଳ ରହିଥିଲା ବେଳେ ଚଳିତ ବର୍ଷ ଅଧିକ ଚାରି ମିଟର ପାଣି ସଂଗୃହିତ ହୋଇ ୬୪୦.୯୮ ମିଟର ଅର୍ଥାତ୍ ୯୦.୯୮ ପ୍ରତିଶତ ରେ ପହଞ୍ଚିଛି। ପୁଣି ଲଘୁଚାପ ବର୍ଷା ହେଲେ ଜଳଭଣ୍ଡାର ସ୍ତର ୬୪୧.୫ ମିଟର ପହଞ୍ଚିଲା ପରେ ପାଣି ନଦୀ ଗର୍ଭ କୁ ଛଡାଯିବାର ଅନୁମାନ କରାଯାଉଛି। ବର୍ତମାନ ସ୍ଥିତିରେ ଜଳଭଣ୍ଡାର ଅନ୍ତଃ ସ୍ରୋତ ୧୯୮.୫ କ୍ୟୁସେକ ରହିଥିବା ବେଳେ ହାତୀ ନଦୀ ଗର୍ଭକୁ ୧୩୦ କ୍ୟୁସେକ ଜଳ ଛଡାଯାଇଥିବା ସ୍ଥାନୀୟ କତ୍ତୃପକ୍ଷ ଓ ପ୍ରଶାସନ ପକ୍ଷରୁ ସୁଚନା ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.