କଳସ ଯାତ୍ରା ସହିତ ଆରମ୍ଭ ହେଲା ବିଶମୁଣ୍ଡ ବୁଢ଼ାରଜାଙ୍କ ବାର୍ଷିକ ଉତ୍ସବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଉପାନ୍ତ ପାହାଡ଼ପଦର ପଞ୍ଚାୟତ ସାକଡିଂ ଗୁମ୍ଫାରେ ବିଶମୁଣ୍ଡ ବୁଢ଼ାରଜାଙ୍କ ବାର୍ଷିକ ଉତ୍ସବ ପାଇଁ ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଗୁରୁବାର ଠାରୁ ଶନିବାର ପର୍ଯ୍ୟନ୍ତ ତିନି ଦିନଧରି ସାକଡିଂ ଗୁମ୍ଫାରେ ବିଶମୁଣ୍ଡ ବୁଢ଼ାରଜାଙ୍କ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବାକୁ ଥିବାବେଳେ ପ୍ରଥମ ଦିନରେ ବିଶମୁଣ୍ଡ ବୁଢ଼ାରଜାଙ୍କ କଳସ ଶୋଭାଯାତ୍ରାରେ ଆଖପାଖ ଅଞ୍ଚଳର ଶ୍ରଦ୍ଧାଳୁଙ୍କ ସମେତ ଜିଲ୍ଲା ତଥା ପଡ଼ୋଶୀ ଜିଲ୍ଲାର ହଜାର ହଜାର ମହିଳା ଓ ଆବାଳବୃଦ୍ଧବନିତା ସାମିଲ ହୋଇଥିଲେ।

ପୂର୍ବ କାଳରୁ ଲୋକଙ୍କ ବିଶ୍ୱାସଯେ ପ୍ରଭୁ ବିଶମୁଣ୍ଡ ବୁଢ଼ା ରଜାଙ୍କ ପାଖରେ ଯାହାବି ମାନସୀକ କରାଯାଇଥାଏ ତାହା ପୂର୍ଣ ହୋଇ ଥାଏ ବୋଲି ଜିଲ୍ଲା ତଥା ଜିଲ୍ଲା ବାହାରୁ ମଧ୍ୟ ଭକ୍ତଙ୍କ ଭିଡ଼ ପ୍ରତିବର୍ଷ ଦେଖିବାକୁ ମିଳିଥାଏ। ପାହାଡ଼ପଦର ବୁଢ଼ାରଜା ପୂଜାକମିଟି ଆନୁକୂଲ୍ୟରେ ହେଉଥିବା ଚଳିତ ବର୍ଷପୂଜା ଗୁରୁବାର ପ୍ରାରମ୍ଭ ହୋଇ ଶନିବାର ଦିନରେ ପୂର୍ଣ୍ଣାହୁତି ହେବ।

ପୂଜା ପାଇଁ ଗାଁ ତଥା ଆଖପାଖ ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହେବା ସହ ଲୋକଙ୍କ ମଧ୍ୟରେ ଉତ୍ସବମୁଖର ଦେଖିବାକୁ ମିଳିଥାଏ।ବିଶମୂଣ୍ଡ ବୁଢାରଜା ପୂଜା କମିଟି ସଭାପତି ଜଗଦୀଶ ବେନିଆଁଙ୍କ ତତ୍ଵାବଧାନରେ ଅନୁଷ୍ଠିତ ଏହି କଳସ ଶୋଭାଯାତ୍ରାରେ ମୁଖ୍ୟ ଅଥିତି ଭାବେ ପାହାଡ଼ପଦର ସରପଞ୍ଚ ଲକ୍ଷ୍ମଣ ମାଝୀ ଯୋଗଦେଇଥିଲେ।

ଏହି ଉତ୍ସବ ତିନିଦିନ ଧରି ହେଉଥିବା ବେଳେ ପ୍ରତ୍ୟେକ ଦିନ ରାତିରେ ଦର୍ଶକଙ୍କ ମନୋରଞ୍ଜନ ପାଇଁ ଗୀତିନାଟ୍ୟ, ରେକର୍ଡ ଡ୍ୟାନ୍ସ,ଭଲି ସଂସ୍କୃତିକ କାର୍ଯ୍ୟକ୍ରମ କରାଯିବ ବୋଲି ପୂଜା କମିଟି ପକ୍ଷରୁ ସୂଚନା ମିଳିଛି।

ମନ୍ଦିର ମୁଖ୍ୟ ପୂଜକ ବୁଡୁ ନାଏକ, ଲୋକନାଥ ମାଝୀ, ଜଗଦୀଶ ପୁଟା, ମାନ ମାଝୀ, ଭୀମ ମାଝୀ ମନ୍ଦିରରେ ପୂଜାର୍ଚ୍ଚନା କରିଥିବା ବେଳେ ଏଥିରେ ପୂଜା କମିଟିର ଉପ ସଭାପତି କୁମର ନାଏକ, ସମ୍ପାଦକ ବଳଭଦ୍ର ସାହୁ, ସହ ସମ୍ପାଦକ ପ୍ରସାଦ ନାଏକ ଉପଦେଷ୍ଟା ବୈଦ୍ୟନାଥ ନାଏକ, ଲିଙ୍ଗରାଜ ଦୁର୍ଗା, ମହାଦେବ ନାଏକ, ସୁଦର୍ଶନ ନାଏକ, ଚନ୍ଦ୍ର ମାଝୀ, କୁଞ୍ଜ ମାଝୀ, ହୀରାଲାଲ ବେହେରା, ସୌଦାଗର ବାଗ, ନୀଳକଣ୍ଠ ଦୁର୍ଗା, ପରମେଶ୍ୱର ନାଏକ, ଗୌରାଙ୍ଗ ନାଏକ, ଶୁକମଳ ନାଏକ, ମାଧବ ବେନିଆଁ, ଲାଞ୍ଜି ମାଝୀ, ଜାମା ମାଝୀ,ମାଳି, ମାନ ମାଝୀ, ଘାଷି ରାମ ମାଝୀ, ତରଙ୍ଗ ମାଝୀ, ନଟବର ହରିଜନଙ୍କ ସମେତ କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.