ମରଣଯନ୍ତା ପାଲଟିଛି ପାରସାଲି ପଞ୍ଚାୟତ ରାସ୍ତା

ଓଡ଼ିଆ ବାର୍ତ୍ତା/ କଲ୍ୟାଣ ସିଂହପୁର (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାରସାଲି ପଞ୍ଚାୟତକୁ ଯାତାୟାତ କରୁଥିବା ରାସ୍ତା ପାଳିଟିଛି ମରଣଯୋନ୍ତା | ଏହି ରାସ୍ତା କାଦୁଅ ଚପଚପ ସହ ପାଣି ଜମି କୃତ୍ରିମ ବନ୍ଧ ସୃଷ୍ଟି ହୋଇଥିବାରୁ ଲୋକ ଯିବା ଆସିବା ପାଇଁ ଯମ ଯନ୍ତ୍ରଣା ଭୋଗୁଛନ୍ତି । ଅଳ୍ପ ବର୍ଷା ହେଲେ ନିକଟସ୍ତ ପାହାଡ଼ରୁ ବର୍ଷା ଜଳ ନିଷ୍କାସନ ହୋଇ ଏହି ରାସ୍ତାକୁ ଗଡ଼ି ଆସି ରାସ୍ତାରେ ସୃଷ୍ଟି ହୋଇଥିବା ଗାତ ମଧ୍ୟରେ ଧିରେ ଧିରେ କୁତ୍ରିମ ବନ୍ଧ ସୃଷ୍ଟି ହୋଇଛି | ଏଣୁ ଉକ୍ତ ରାସ୍ତା ନିର୍ମାଣ ସମୟରେ ବିଭାଗ ତରଫରୁ କୌଣସି ପ୍ରକାର ଅନୁଧ୍ୟାନ କରାଯାଇନଥିବା ମନେ ହୋଉଛି | ଏହି ରାସ୍ତା ଟି ସଦର କଲ୍ୟାଣ ସିଂହପୁରକୁ ସଂଯୋଗ କରିଥିବା ବେଳେ ପାରସାଲି ଗ୍ରାମ, ପାରସାଲି ଡ଼.କ.ଉ ସଂସ୍ଥା କାର୍ଯ୍ୟାଳୟ ଓ ଆଶ୍ରମ ବିଦ୍ୟାଳୟ ସହ ଭାଲେରୀ ଛକ ଠାରୁ ପାରସାଲି ପଞ୍ଚାୟତ କୁ ସଂଯୋଗ କରୁଥିବା ଦୁଇ କିଲୋମିଟର ଆର୍ ଡ଼ି ରାସ୍ତାଟି ରାସ୍ତା ମଝିରେ ବଡ଼ ବଡ଼ ଗାତ ଦେଖିବାକୁ ମିଳିଛି କିଛି ଦିନ ହେଲା ଲଗାତାର ବର୍ଷା ହେବା କାରଣରୁ ମାଟି ରାସ୍ତା କାଦୁଅ ମୟ ହୋଇଛି । ରାସ୍ତା ଉପରେ ଆଣ୍ଟୁଏ ପାଣି ରହିଥିବାରୁ ଯିବା ଆସିବାରେ ବାଧା ସୃଷ୍ଟି ହଉଛି | ଏହି ରାସ୍ତାରେ ପାଦରେ ଚାଲିବା କଷ୍ଟକର ହେଉଥିବା ବେଳେ ଦୁଇ ତିନି ଚକିଆ ଯାନ ବାହାନ କାଦୁଅରେ ଫସି ରହିଥିବା ମଧ୍ୟ ସୂଚନା ରହିଛି । ପଞ୍ଚାୟତ ବାସୀ ବାରମ୍ବାର ପ୍ରଶାସନଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ପ୍ରଶାସନ କର୍ଣ୍ଣପାତ କରୁନଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.