ସରିଆଁ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ୍ ଅନ୍ତର୍ଗତ ସରିଆଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ସରିଆଁ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୫’ ଅନୁଷ୍ଠିତ ହୋଇଯାଇଛି। 

ମହୋତ୍ସବରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିତର୍କ, ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ, କୁଇଜ୍, ସୃଜନଶୀଳ ଲିଖନ, ବକ୍ତୃତା, ସଙ୍ଗୀତ, ଓଡ଼ିଆ ହସ୍ତାକ୍ଷର ଓ ଶ୍ରୁତଲିଖନ, ସାଂସ୍କୃତିକ କାର୍ଯ୍ୟକ୍ରମ, ପିଏମ୍ ପୋଷଣ ଚିତ୍ରକଳା ଓ ଶିଳ୍ପକଳା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। 

ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସରିଆଁର ପ୍ରଧାନଶିକ୍ଷକ ସାଧୁରାମ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣ ସମାରୋହରେ ମୁଖ୍ୟ ଅତିଥି ଭାବେ ନର୍ଲା ବରିଷ୍ଠ ବିଇଓ ତପିମଣି ଜାନୀ, ସମ୍ମାନିତ ଅତିଥି ଭାବେ ଏବିଇଓ ତଥା ବିଆରସିସି ଗୋବର୍ଦ୍ଧନ ମାଝୀ, ଏବିଇଓ ସୁଢଳଦେବ ମୁଣ୍ଡ, ଏବିଇଓ ସୂର୍ଯ୍ୟଦେବ ବାଗ, ସରିଆଁ ସମିତି ସଭ୍ୟ ଭାସ୍କର ଭୋଇ, ନର୍ଲା ପ୍ରାଥମିକ ଶିକ୍ଷକ ସଂଘର ସାଧାରଣ ସଂପାଦକ ଅମିତ ଶର୍ମା, ସରିଆଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଟଙ୍କଧର ସାହା, ଚିଆଁପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଦୀପ୍ତ ସେଠୀ, ସିଆରସିସି ଜିତେନ୍ଦ୍ର ସାହୁ ପ୍ରମୁଖ ମଞ୍ଚାସୀନ ଥିବା ବେଳେ ଶିକ୍ଷକ ସୁଧୀର ଧଙ୍ଗଡ଼ାମାଝୀ ମଞ୍ଚ ପରିଚାଳନା କରିଥିଲେ। 

ସିଆରସିସି ଜିତେନ୍ଦ୍ର ସାହୁ ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶିକ୍ଷକ ବାସୁଦେବ ବାଗ ଧନ୍ୟବାଦ ଅର୍ପଣ କରିଥିଲେ। 

ଗୋକୁଳ ସାହୁ, ଭଗବାନ ମାଝୀ, ଶୁକଦେବ ସାହା, ଦେବରାଜ ପ୍ରଧାନ, ଲକ୍ଷ୍ମୀଧର ସାହୁ, ଚନ୍ଦ୍ରମଣି ନାଗ, ଲମ୍ବୋଦର ବେହେରା, କୃତାଞ୍ଜଳ ସାହୁ, ଗଙ୍ଗାନାରାୟଣ ଦାଶ, ଜଗନ୍ନାଥ ମୁର୍ମୁ, ହେମନ୍ତ ସାହୁ, କିଶୋର ତ୍ରିପାଠୀ, ବଳଭଦ୍ର ହରିଜନଙ୍କ ସମେତ କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମହୋତ୍ସବ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.