ଜୁନାଗଡ଼ ପୁରୁଣା ବସଷ୍ଟାଣ୍ଡରେ ମହାସମାରୋହରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼(ସ୍ବାସ୍ତିଦୀପ ଆଦିତ୍ୟ): ଜୁନାଗଡ଼ ପୁରୁଣା ବସ ଷ୍ଟାଣ୍ଡ ଲକ୍ଷ୍ମୀ ପୂଜା କମିଟିର ଗଜଲକ୍ଷ୍ମୀ ପୂଜା ପୁରୁଣା ବସଷ୍ଟାଣ୍ଡ ଠାରେ ଆୟୋଜିତ ହୋଇଛି । ଏହି ବର୍ଷର ବିଶେଷ ଆକର୍ଷଣ ସୁସଜ୍ଜିତ ତୋରଣ(ପୂଜା ପେଣ୍ଡାଲ) ଓ ଆଲୋକ ସଜ୍ଜା ତିଆରି ହୋଇଛି । ଲକ୍ଷ୍ମୀପୂଜା ନିମନ୍ତେ ସୋମବାର ଅପରାହ୍ନ ୩:୪୫ ଘଣ୍ଟା ସମୟରେ ଜୁନାଗଡ଼ ଲକ୍ଷ୍ମଶାଗର ପୋଖରୀରୁ ରୁ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ପୂଜକ ପଣ୍ଡିତଙ୍କ କଳସ ଶୁଦ୍ଧି କରଣ,କର୍ଷ ଦମ୍ପତି ଶୁଦ୍ଧି କରଣ,ଦେବୀ ଆହ୍ବାନ,ଦୀପ ସମର୍ପଣ,ଅର୍ଘ୍ୟ ଅର୍ପଣ ପ୍ରଭୃତି ପୂଜନ ବିଧି ସମାପନ ପରେ କଳସୀରେ ଜଳ ନେଇ ପୂଜା ମଣ୍ଡପକୁ ଆସିଥିଲେ କଳସ ଯାତ୍ରୀ ଶ୍ରଦ୍ଧାଳୁ ଭକ୍ତ ଗଣ । ପ୍ରସିଦ୍ଧ ସଂକୀର୍ତ୍ତନ ମଣ୍ଡଳୀ ସହ ଶ୍ରଦ୍ଧାଳୁ ଭକ୍ତମାନେ କଳସ ନେଇଆସି ପୂଜା ମଣ୍ଡପରେ ସ୍ଥାପନା କରିଥିଲେ । ୧୦୦ ରୁ ଉର୍ଦ୍ଧ୍ବ ମହିଳା ଶ୍ରଦ୍ଧାଳୁ ଭକ୍ତ କଳସ ମୁଣ୍ଡେଇ ପୂଜା ମଣ୍ଡପକୁ ଆସିଥିଲେ ।ଏହାପରେ ବିଲ୍ଵବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସୋମବାର ୬ ତାରିଖ ଦିନ ସନ୍ଧ୍ୟା ୬ ରେ ଅନୁଷ୍ଠିତ ହୋଇଥିଲା ମା ଗଜଲକ୍ଷ୍ମୀ ପୂଜା । ଏଥିପାଇଁ ଭବ୍ୟ ମଣ୍ଡପ ପ୍ରସ୍ତୁତ ହୋଇ ରହିଛି ଏଥିରେ କର୍ତ୍ତା ଭାବରେ ବୁଢ଼ାରଜା ଭଣ୍ଡାର୍ଘରିଆ ଓ ମମତା ଭଣ୍ଡାର୍ଘରିଆ ଉପସ୍ଥିତ ଥିଲେ। ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅଞ୍ଚଳବାସୀ ଭକ୍ତ ମାନଙ୍କ ପାଇଁ ଅନ୍ନ ପ୍ରସାଦର ବ୍ୟବସ୍ଥା ରହିଥିବା ସୂଚନା ମିଳିଛି । ପବିତ୍ର ଗଜଲକ୍ଷ୍ମୀ ପୂଜା ଅବସରରେ ଜୁନାଗଡ଼ ପୁରୁଣା ବସ ଷ୍ଟାଣ୍ଡ ଲକ୍ଷ୍ମୀ ପୂଜା କମିଟିର ସଭାପତି ଦୀପକ କୁମାର ସାହୁ(ମୁନୁ),ସମ୍ପାଦକ ପଙ୍କଜ କୁମାର ସାହୁ ଏବଂ କମିଟିର ଅନ୍ୟ ସଦସ୍ୟ ମାନେ ପ୍ରମୁଖ ଜୁନାଗଡବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କର ସୁଖ ସମୃଦ୍ଧି କାମନା କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.