ପଲମ୍ କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୫ ଆୟୋଜିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ପଲମ୍ ଉ.ପ୍ରା. ବିଦ୍ୟାଳୟ ପରିସରରେ କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୫ ଆୟୋଜିତ ହୋଇଯାଇଛି। କ୍ଲଷ୍ଟର ସଂଯୋଜକ ଡିଲେଶ୍ୱର ରଣାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନର୍ଲା ବ୍ଲକ୍ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ମୁଖ୍ୟବକ୍ତା ଭାବେ ନର୍ଲା ବରିଷ୍ଠ ବିଇଓ ତପିମଣି ଜାନୀ, ସମ୍ମାନିତ ଅତିଥି ଭାବେ ବିଆରସିସି ଗୋବର୍ଦ୍ଧନ ମାଝୀ, ଏବିଇଓ ସୂର୍ଯ୍ୟଦେବ ବାଗ, ଏବିଇଓ ସୁଢ଼ଳଦେବ ମୁଣ୍ଡ, କଳାହାଣ୍ଡି କଳାକାର ସଂଘର ସମ୍ପାଦକ ଶେଷଦେବ ମିଶ୍ର, ଯୁବ ଲେଖକ ସୁଧୀର କୁମାର ଧଙ୍ଗଡ଼ାମାଝୀ, ସରିଆଁ କ୍ଲଷ୍ଟର ସଂଯୋଜକ ଜିତେନ୍ଦ୍ର ସାହୁ, ପଲମ୍ ଉ.ପ୍ରା. ବିଦ୍ୟାଳୟର ପ୍ରଧାନଶିକ୍ଷକ ବିପ୍ର ବଗର୍ତ୍ତୀ, ବିଦ୍ୟାଳୟ ପରିଚାଳନା କମିଟି ଉପାଧ୍ୟକ୍ଷ ଉମା ମିଶ୍ର, ବିଦ୍ୟାଳୟର ଭୂଦାତା ନଟବର ସାହୁ ପ୍ରମୁଖ ଯୋଗ ଦେଇଥିଲେ।

ଏଥିରେ କ୍ଳଷ୍ଟର ଅନ୍ତର୍ଗତ ୧୧ଟି ସ୍କୁଲର ଛାତ୍ରଛାତ୍ରୀ ବିତର୍କ, ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ, କୁଇଜ୍, ସୃଜନଶୀଳ ଲିଖନ, ବକ୍ତୃତା, ସଙ୍ଗୀତ, ଓଡ଼ିଆ ହସ୍ତାକ୍ଷର ଓ ଶ୍ରୁତଲିଖନ, ସାଂସ୍କୃତିକ କାର୍ଯ୍ୟକ୍ରମ, ପିଏମ୍ ପୋଷଣ ଚିତ୍ରକଳା ଓ ଶିଳ୍ପକଳା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ।

କୃତି ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା। ଶ୍ରେଷ୍ଠ ବିବେଚିତ ଛାତ୍ରଛାତ୍ରୀ ଆଗାମୀ ଦିନରେ ଆୟୋଜିତ ହେବାକୁ ଥିବା ବ୍ଲକ ସ୍ତରୀୟ ସୁରଭିରେ ଯୋଗଦେବେ ବୋଲି ଜଣାପଡିଛି।

ଉଦ୍ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଉଦ୍ୟୋଗପତି ବିଭୁ ପ୍ରସାଦ ସାହୁ, ତୁଳାପଡ଼ା ସିଆରସିସି ନୀଳମଣି ସାହୁ, ସରିଆଁ ସିଆରସିସି ଜିତେନ୍ଦ୍ର ସାହୁ ଯୋଗ ଦେଇଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ବରିଷ୍ଠ ଶିକ୍ଷକ ମନୋଜ ସାହୁ।

କାର୍ଯ୍ୟକ୍ରମ ଆୟୋଜନରେ ଛନ୍ଦାଚରଣ ଧରୁଆ, ଜଗନ୍ନାଥ ମାଝୀ, ଯୁବରାଜ ଜାନୀ, ବିଶ୍ବମ୍ବର ହରପାଲ୍, ମୀନକେତନ ବେହେରା, ରାଜେଶ ସାହୁ, ପ୍ରତାପ ସାହୁ, ଜ୍ଞାନେନ୍ଦ୍ର ଗହୀର, ବିଶ୍ବମ୍ବର ପରିଡ଼ା, ଋତୁରାଜ ମାଝୀ, ସୂଚିଶ୍ମିତା ପ୍ରଧାନ,ମନୋଜ ନନ୍ଦ, ଅନିତା ମହାରଣା, ଯୋଗେଶ୍ରୀ ମାଝୀ, ହୃଷି ପଟେଲ, ମିଲିନା ସାହୁ, ବିଶ୍ୱାମିତ୍ର ଗହୀର, ନିର୍ମଳା ବେହେରା, ବିରଞ୍ଚି ନାୟକ, ଭେଙ୍କଟ ମାଝୀ, ରାଜୀବ ଗହୀର, ଶେଷ ବାଗ ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.