ଆୟୋଜିତ ହେଲା ଭୀମକେଲା କ୍ଲଷ୍ଟର ସ୍ତରୀୟ ସୁରଭି ମହୋତ୍ସବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଭୀମକେଲା ସରକାରୀ ଉ.ପ୍ରା ବିଦ୍ୟାଲୟ ଠାରେ ମହା ସମାରୋହରେ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଇବିଇଓ ସୂର୍ଯ୍ୟଦେବ ବାଗ, ଏବିଇଓ ସୁଢଳଦେବ ମୁଣ୍ଡ, ଶିକ୍ଷାବିତ୍ ଶେଷଦେବ ପଣ୍ଡା, ଯୁବ ଲେଖକ ସୁଧୀର କୁମାର ଧଙ୍ଗଡ଼ାମାଝୀ, ପ୍ରଧାନଶିକ୍ଷକ ଦାସ ମାଝୀ, ସିଆରସିସି ବିଜୟ ସୁନା ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ଥିଲେ।

ସୁରେଶ ଶର୍ମା, ବଂଶୀଧର ନାଏକ, ଡମ୍ବରୁ ମାଝୀ, କୁମୁଦ ନାଏକ, କେଶରୀ ସାହୁ, ଶରତ ଭୋଇ, ଡୋଳାମଣି ସାହୁ, ଦେବଦତ୍ତ ମିଶ୍ର, ଭରତ ଭୋଇ, ସାଧୁରାମ କରୁଆଁ, ଆହ୍ଲାଦିନୀ ପୁଟେଲ, ମହେନ୍ଦ୍ର ଶବର, ପୁଷ୍ପକ ମହାନ୍ତି, ବିନୟ କିଶୋର ଦାସ, ଶିଶିର ବେହେରା, ବାଲ୍ମୀକି ସାହୁ, ପ୍ରଶାନ୍ତ ମହାନ୍ତିଙ୍କ ସମେତ କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ।

ମୁରସିଂ ସରକାରୀ ଉ.ପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶରତ କୁମାର ଭୋଇ ମଞ୍ଚ ପରିଚାଳନା କରିଥିଲେ। ଦ୍ଵିତୀୟ ଅଧିବେଶନରେ ଭୀମକେଲା ସରପଞ୍ଚ, ସମିତି ସଭ୍ୟା ଅତିଥି ଭାବରେ ମଞ୍ଚାସୀନ ହୋଇଥିଲେ।

ଏହି ଅଧିବେଶନରେ ଶିକ୍ଷକ ଦେବଦତ୍ତ ମିଶ୍ର ମଞ୍ଚ ପରିଚାଳନା କରିଥିଲେ ଓ ପ୍ରଧାନଶିକ୍ଷକ ଦାସ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.